Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ସମାରୋହ,ପ୍ରଥମ ପର୍ଯ୍ୟାୟରେ ୬୩ଲକ୍ଷ ୪ହଜର ଟଙ୍କା ସହାୟତା ପ୍ରଦାନ

ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ସମାରୋହ,ପ୍ରଥମ ପର୍ଯ୍ୟାୟରେ ୬୩ଲକ୍ଷ ୪ହଜର ଟଙ୍କା ସହାୟତା ପ୍ରଦାନ

68

ମାଲକାନଗିରି,୧୧ା୩(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ସମାରୋହ ସ୍ଥାନୀୟ ସଂସ୍କୃତିଭବନ ଠାରେ ଜିଲ୍ଲାଶ୍ରମ ଅଧିକାରୀ ମଦନମୋହନ ପାଇକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ଅଦିତ୍ୟ ମାଢି,ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ ,ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଅଧ୍ୟାପକ ଡ.ରଜଂନକୁମାର ସ୍ୱାଇଁ,ମୁଖ୍ୟବକ୍ତା ଭାବେ ତହସିଲଦାର ଡ.ଗୁଣନିଧି ନାୟକ ଯୋଗଦେଇ ନିର୍ମାଣ ଶ୍ରମିକ ଙ୍କ ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ଉନ୍ନୟନ ମୁଳକର ବିଭିନ୍ନ ଯୋଜନା ସଂପର୍କରେ ସୁଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ଓଡିଶା କୋଠାବାଡି ଅନ୍ୟାନ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା ପରିଚାଳିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ସାମିଲ ହେବା ପାଇଁ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଇତି ମଧ୍ୟରେ ୩୬ହଜାର ୪୬୧ଜଣଙ୍କ ନାମ ପଜିଂକୃତ ହୋଇ ସାରିଛି । ନିର୍ମାଣ ଶ୍ରମିକ ଙ୍କ ପିଲାମାନଙ୍କୁ ଶିକ୍ଷାବୃତି ସହାୟତା ଯଥା ଷଷ୍ଟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨ହଜାରଟଙ୍କା,ନବମ ଶ୍ରେଣୀ ପାଇଁ ୩ହଜାର ଟଙ୍କା,୧୦ମ ଶ୍ରେଣୀପାଇଁ ୪ହଜାର ଟଙ୍କା ଓ ଦଶମ ଶ୍ରେଣୀରେ ୯୦ପ୍ରତିଶତ ନମ୍ବର ରଖିଥିବା ପିଲାଙ୍କୁ ୧୦ହଜାର ଟଙ୍କା ସହାୟତା ସହ ଯୁକ୍ତଦୁଇ, ଆଇଟିଆଇ,ଅନ୍ୟାନ ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ,ବିବାହ ସହାୟତା ୫୦ହଜାର ଟଙ୍କା,ପ୍ରସୂତି କାଳୀନ ସହାୟତା ୧୦ହଜାର ଟଙ୍କା,କାର୍ଯ୍ୟ ଉପକରଣ ସହାୟତା ୪ହଜାର,ସାଇକେଲ ସହାୟତା୪ହଜାର, ମୃତ୍ୟୁକାଳୀନ ସହାୟତା ୧ଲକ୍ଷରୁ ୨ଲକ୍ଷ ଟଙ୍କା, ଦୁର୍ଘଟଣା ଜନିତ ସହାୟତା,ଚିକିତ୍ସା ସହାୟତା, ଦକ୍ଷତା ବୃଦ୍ଧି ସହାୟତା,ପକ୍କାଗୃହ ଯୋଗାଣ ବ୍ୟବସ୍ଥା,ପେନସନ ଯୋଜନା ସହିତ ବିଭିନ୍ନ ଜନହିତକର ଯୋଜନା ରହିଛି । ଆଦିବାସୀ ଅଧ୍ୟୁଷିତ ଅଚଂଳର ଗ୍ରାମବାସୀ ମାନେ ଏହି ଯୋଜନାରେ କିପରି ଅଧିକରୁ ଅଧିକ ସାମିଲ ହୋଇ ଏହାର ସୁଫଳ ନେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିବାର ମଚାଂଶିନ ଅତିଥି ମାନେ କହିଥିଲେ । ସଂସ୍କୃତି ଭାବନ ଠାରେ ଆୟୋଜିତ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳନ କାର୍ଯ୍ୟକ୍ରମ ରେ ସ୍ୱତନ୍ତ୍ର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ବିବାହ ଅନୁଦାନ,ଶିକ୍ଷାର ଉନ୍ନତି,ନିର୍ମାଣଶ୍ରମିକ ଗୃହ,ନିର୍ମାଣ ଶ୍ରମିକ ଜୀବନ ବିମା,ମୃତ୍ୟୁକାଳିନ ସହାୟତା ଆଦି ଯୋଜନାରେ ନିର୍ମାଣ ଶ୍ରମିକ ମାନଙ୍କୁ ୬୩ଲକ୍ଷ ୪ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.