Home ଜିଲ୍ଲା ପରିକ୍ରମା ମଦପିଇବାକୁ ଟଙ୍କା ନଦେବାରୁ କିରୋସିନ ଢାଳି ସ୍ତ୍ରୀ କୁ ହତ୍ୟାଉଦ୍ୟମ,୮୫ଭାଗ ପୋଡିଗଲେ ପତ୍ନୀ

ମଦପିଇବାକୁ ଟଙ୍କା ନଦେବାରୁ କିରୋସିନ ଢାଳି ସ୍ତ୍ରୀ କୁ ହତ୍ୟାଉଦ୍ୟମ,୮୫ଭାଗ ପୋଡିଗଲେ ପତ୍ନୀ

48

ମାଲକାନଗିରି,୧୧ା୩ (ଓଡିଆ ପୁଅ ) ମଦ ପିଇବାକୁ ଟଙ୍କା ନ ଦେବାରୁ ନିଜ ସ୍ତ୍ରୀକୁ କିରୋସିନ ଢାଳି ପୋଡି ମାରିଦେବା ପାଇଁ ଉଦ୍ୟମକରିବା ଓ ପତ୍ନୀଙ୍କ ଦେହ୮୫ଭାଗ ପୋଡି ହୋଇ ହସପିଟାଲରେ ଜୀବନ ମରଣ ସଂହ ସଂଘର୍ଷ କରିବା ଘଟଣା ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଛି । ଏପରି ଅଭାବନୀୟ କାଣ୍ଡ ଘଟିଛି ମାଲକାନଗିରି ଥାନାସ୍ଥ ଏମଭି୮୭ ଗ୍ରାମରେ । ପେଡାକୋଣ୍ଡା ପଚାଂୟତ ନିକଟବର୍ତି ଏମଭି୮୭ ଗ୍ରାମର ସୁମନ୍ତ ଚୌଧୁରୀ(୩୫) ନାମକ ଜଣେ ଯୁବକ ସେହି ଗ୍ରାମର ସୀମା ନାମୀ ଜଣେ ଯୁବତୀଙ୍କୁ ଗତ୧୫ବର୍ଷତଳେ ପ୍ରେମ ବିବାହ କରିଥିଲେ । ଗତ୪ବର୍ଷ ହେଲା ସୁମନ୍ତ ବାହାରୁ ମଦ୍ୟପାନକରି ରାତ୍ରରେ ଘରକୁ ଆସି ପତ୍ନୀଙ୍କୁ ମାଡଧର କରିଥାନ୍ତି । ଏପରି ବାରମ୍ବାରା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହିଥିବାରୁ ସ୍ୱାମୀ ଓ ଶଶୁରଘର ଲୋକଙ୍କ ନିର୍ଯ୍ୟାତନା ସହି ନପାରି ସୀମା ନିଜ ବାପଘରକୁ ପଳାଇଥିଲେ । ସୀମାଙ୍କ ଦେଢଶୁର ସୀମାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ବୁହତ ବୁଝାସୁଜା କରି ଗତ କିଛିଦିନତଳେ ତାଙ୍କ ଘରକୁ ଫେରାଇଆଣିଥିଲେ । ଗତ୯ତାରିଖ ରାତ୍ରରେ ସୁମନ୍ତ ମଦପିଇ ଆସି ପୁଣିଥିରେ ମଦପିଇବାକୁ ପତ୍ନୀ ଙ୍କୁ ଟଙ୍କା ମାଗିଥିଲେ । ଯେତେ ଟଙ୍କା ରୋଜଗାର କଲ ସବୁତ ମଦପିଇ ଉଡାଇଦେଲ, ମୁ କେଉଁ ଠାରୁ ଟଙ୍କାଆଣିବି ତୁମକୁ ଦେବି ପିଲାମାନେ ବଡ ହେଲେଣି ତାଙ୍କ ଭବିଷ୍ୟତ କଥା ଚିନ୍ତାକର ଆଉମଦପିଅ ନା ବୋଲି ସ୍ୱାମୀଙ୍କୁ ସୀମା ବୁଝାଇବାରୁ ସୁମନ୍ତ ରାଗି ଯାଇ ତୁ ମୋତେ କିଏ କହିବୁ କହି ଘରେ ଥିବା ଏକ କିରୋସିନ ଡବାରୁ କିରୋସିନ ସୀମାଉପରେ ଢାଳିଦେଇ ନିଆଁ ଲଗାଇ ଦେଇଥିଲା ସୀମା ପୋଡି ହୋଇ ଚିତ୍କାର କରିବାରୁ ପାଖପଡୋଶି ଦୈଡି ଆସି ନିଆଁ ଲାଭାଇବାକୁ ଚେଷ୍ଟାକରିଥିଲେ ମଧ୍ୟ ସୀମା ପ୍ରାୟ୮୫ଭାଗ ପୋଡିଯାଇଥିଲା । ସୁମନ୍ତ ପତ୍ନୀଙ୍କୁ ଉଦ୍ଧାର ନକରି ଘରେ ଥିବା ଆସବା ପତ୍ରରେ ନିଆଁ ଲାଗିଯିବା ଦେଖି ସେଗୁଡିକୁ କାଡୁଥିବା ବେଳେ ତାଙ୍କ ଦେହରେ ନିଆଁ ପଡି ଗୋଡ ଆହତ ଅଳ୍ପକିଛି ଭାଗ ପୋଡିହୋଇଯାଇଥିଲା । ଗ୍ରାମବାସୀ ମାନେ ଉଭେୟେ ସ୍ୱାମୀ ସ୍ତ୍ରୀଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲକୁ ନେଇ ଚିକିତ୍ସା କରିଥିଲେ । ସୀମାଙ୍କର ଦେହର୮୫ଭାଗ ପୋଡି ଯାଇଥିବାରୁ ତାଙ୍କଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ଶହିଦ ଲକ୍ଷ୍‌ଣ ନାୟକ ମେଡିକାଲ କଲେଜକୁ ଉଚ୍ଚତର ଚିକିତ୍ସା ନିମନ୍ତେ ଡାକ୍ତର ମାନେ ସ୍ଥାନାନ୍ତର କରିଛନ୍ତି । ସୀମା ଙ୍କୁ ତାଙ୍କ ସ୍ୱାମୀ ସୁମନ୍ତ ଓ ଶାଶୁଘର ଲୋକେ ପୋଡି ମାରିଦେବାକୁ ଉଦ୍ୟମ କରୁଥିବାର ସୀମାଙ୍କ ପରିବାର ମାଲକାନଗିରି ଥାନାରେ ଏତଲା ଦେବାପରେ ଥାନା ଅଧିକାରୀ ରାମପ୍ରସାଦ ନାଗ,ମହିଳା ସବଇନିସପେକ୍ଟର ସନ୍ତୋଷୀ ବାରିକ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବାସହିତ ହସପିଟାଲ କୁ ଯାଇ ପୋଡି ହୋଇଥିବା ସୀମାଙ୍କ ବୟାନ ରେକର୍ଡ କରିଛନ୍ତି । ମାଲକାନଗିରି ଥାନା କେସ ନମ୍ବର ୭୪/୨୦,ଭାରତୀୟ ପିଙ୍ଗଳ କୋର୍ଡ ୪୯୮(ଏ)/୩୦୭/୩୪ଦଫାରେ ମକୋଦମା ରୁଜୁକରି ସୀମା ଙ୍କ ସ୍ୱାମୀ ସୁମନ୍ତ ଙ୍କୁ ଗିରଫ କରି ପୁଲିସ ହେପାଜତରେ ଚିକିତ୍ସା କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.