Home ଓଡ଼ିଶା ସର୍ବଭାରତୀୟ କ୍ରିଡାରେ ଓଡିଶା ପୁଲିସକୁ ମିଳିଲା ବ୍ରୋଞ୍ଚପଦକ

ସର୍ବଭାରତୀୟ କ୍ରିଡାରେ ଓଡିଶା ପୁଲିସକୁ ମିଳିଲା ବ୍ରୋଞ୍ଚପଦକ

66

କଟକ୧୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡିଶା ପୁଲିସରେ ଲାନ୍ସ ନାୟକ ଭାବେ କାର୍ଯ୍ୟରତ ବିଘ୍ନରାଜ ମିରିଡିଆ । ୬୮ ତମ ସର୍ବଭାରତୀୟ ଦୈାଡକୁଦ ପ୍ରତିଯୋଗିତାରେ ୪୦୦ ମିଟର ଦୈାଡରେ ତୃତାୟ ସ୍ଥାନ ଅଧିକାର କରି ବ୍ରୋଞ୍ଚ ପଦକ ପାଇବାରେ ସଫଳ ହୋଇଛନ୍ତି । ହରିୟାନା ପଞ୍ଚକୁଲା ଠାରେ ଇଣ୍ଡୋ ତିଦ୍ଦତାନ ବର୍ଡର ପୁଲିସ ଆନୁକୁଲ୍ୟରେ ଏହି କ୍ରିଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଶ୍ରୀ ମିରିଡିଆ ଏହି ୪୦୦ ମିଟର ପ୍ରତିଯୋଗିତାରେ ୪୭.୩୧ ସେକେଣ୍ଡରେ ଅତିକ୍ରମ କରି ତୃତାୟ ସ୍ଥାନ ହାସଲ କରିବା ସହ ନିଜ କ୍ରିଡା କ୍ୟାରିଅରରେ ଶ୍ରେଷ୍ଟ ସମୟ ପ୍ରଦର୍ଶନ କରିଛନ୍ତି । ଶ୍ରୀ ମିରିଡିଆଙ୍କ ସଫଳତାରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀଅଭୟ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମିରିଡିଆ ଓ.ଏସ.ଏ.ପି ଷଷ୍ଟ ବାଟାଲିୟନ କଟକରେ ଲାନ୍ସ ନାୟକ ଭାବେ କାର୍ଯ୍ୟରତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.