Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ, ସରକାରି ଓ ବେସରକାରି ପ୍ରତିଷ୍ଠାନ ଗୁଡିକରେ ଓଡିଆ ଭାଷାରେ ନାମଫଳକ...

ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ, ସରକାରି ଓ ବେସରକାରି ପ୍ରତିଷ୍ଠାନ ଗୁଡିକରେ ଓଡିଆ ଭାଷାରେ ନାମଫଳକ ଲଗାଯିବା ପାଇଁ ନିଷ୍ପତି

336

ମାଲକାନଗିରି, ୧ା୪ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସରକାରି ଓ ବେସରକାରି ଅନୁଷ୍ଠାନ ଗୁଡିକରେ ପବିତ୍ର ଉତ୍କଳଦିବସ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ପବିତ୍ର ଉତ୍କଳ ଦିବସ ଅବସରରେ ଜିଲ୍ଲା ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ସକାଳ ୫ଟାରେ ଡାକବାଜି ଯନ୍ତ୍ର ଯୋଗେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇ ସହର ପରିକ୍ରମା କରାଯାଇଥିଲା। ସକାଳ ୮ଟାରେ ଜିଲ୍ଲା ସଦର ମହକୁମା ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ଉତ୍ସବ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟ ପରିସର ଓ ସର୍କିଟ ହାଉସ ଠାରେ ଥିବା ଗାନ୍ଧୀ, ଗୋପବନ୍ଧୁ, ମଧୂବାବୁ ପ୍ରମୁଖ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ।ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଜିତ କୁମାର ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ, ସରକାରି ଓକିଲ ସୂର୍ଯ୍ୟ ନାରାୟଣ ବ୍ରହ୍ମା, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ସମାଜ ସେବା ଦୁର୍ଯ୍ୟୋଧନପାତ୍ର, ଶିବ ପ୍ରସାଦ କିର୍ତନୀୟା, ସିଡିପିଓ ନିଳିମା ମଣ୍ଡଳ ଙ୍କ ସହିତ ଅନ୍ୟାନ୍ୟ ଅଧିକାରି ଓ ସ୍କୁଲର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ମହାପୁରଷଙ୍କ ପ୍ରତି ମୂର୍ତିରେ ମାଲ୍ୟାର୍ପଣ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାପୁରଷମାନଙ୍କ ଭୁମିକା ସଂପର୍କରେ କହିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନୃତ୍ୟ ଓ ଦେଶାତ୍ମାକବୋଧ ସଂଗୀତ ଗାନକରି ମହାପୁରଷଙ୍କ କୌତିକିଆ ପୋଷକରେ ସଜିତହୋଇ ପ୍ରତିଯୋଗୀତାରେ ଭାଗନେଇଥିଲେ। ପବିତ୍ର ଉତ୍କଳଦିବସ ଠାରୁ ମାଲକାନଗିରି ଜିଲ୍ଲାର ସମସ୍ଥ ସରକାରି ଓ ବେସରକାରି କାର୍ଯ୍ୟାଳୟ, ପ୍ରତିଷ୍ଠାନ ଓ ଦୋକାନବଜାର ଗୁଡିକରେ ଓଡିଆଭାଷାରେ ନାମଫଳକ ଲେଖାଯିବାପାଇଁ ସଭାରେ ନିଷ୍ପତି ନିଆଯାଇଥିଲା, ଜିଲ୍ଲାସୂଚନା ଲୋକସଂପର୍କ ବିଭାଗର ହରେକୃଷ୍ଣ କିର୍ତନୀୟା, ରଜଂନ ମହାନ୍ତି, ଜୋସ୍ନାମୟୀ ଆଚାର୍ଯ୍ୟ, କାର୍ଯ୍ୟକ୍ରମ ପରକିଚାଳନା କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.