Home ଜିଲ୍ଲା ପରିକ୍ରମା ଓଡିଶାପୋଲିସ ପ୍ରତିଷ୍ଠା ଦିବସ ପାଳନ, ଉଲେଖ୍ୟନୀୟ ସଫଳତା ପାଇଁ ୮ଜଣ ପୁଲିସ କର୍ମଚାରି ପୁରସ୍କୃତ

ଓଡିଶାପୋଲିସ ପ୍ରତିଷ୍ଠା ଦିବସ ପାଳନ, ଉଲେଖ୍ୟନୀୟ ସଫଳତା ପାଇଁ ୮ଜଣ ପୁଲିସ କର୍ମଚାରି ପୁରସ୍କୃତ

278

ମାଲକାନଗିରି, ୧ା୪ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାପୋଲିସ ପ୍ରଶାସନ ପକ୍ଷରୁ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନିୟ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପଡିଆ ଠାରେ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳିତ ପୋଲିସ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରି ଓଡିଶା ପୋଲିସ ର ଆଭିମୁଖ୍ୟ ଓ ଦାଇତ୍ୱ ସଂପର୍କରେ କହି ବା ସହ ରଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠକରିଥିଲେ। ପୋଲିସ ସେବାକ୍ଷେତ୍ରରେ ଉଲେଖ୍ୟନୀୟ ସଫଳତା ପାଇଁ କାଲିମେଳା ଥାନା ଏଏସଆଇ ଶେଷଦେବ ବେହେରା, ହାବିଲଦାର ବାସୁଦେବ ମଣ୍ଡଳ, ପୋଟେରୁ ପୁଲିସ ଫଣ୍ଡି ଏଏସଆଇ ଇ.ପି. କେ.ଲାକ୍ରା, ଓରେକେଲ ଥାନା ଓଆର କନେଷ୍ଟବଳ ଏସ.ଏ.କାଦିର, ଏପିଆର କନେଷ୍ଠବଲ ମଧୁଖିଲ, ବାଟାଲିୟାନର ରାଜେନ୍ଦ୍ର କୁମାର ରାଉତ, ସନ୍ତୋଷବିଶି, ଅମିତ ମଲିକ ଙ୍କୁ ଏସପି ଶ୍ରୀ ମୀନା ପୁରଷ୍କାର ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ଅନ୍ୟାନମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜପଣ୍ଡା, ଡିଏଫଓ ପ୍ରଦୀପ ମିରଶେ, ଅତିରିକ୍ତ ଏସପି ଉଦ୍ଧବଚରଣ ନାୟକ, ବିଏସଏଫ ଡେପୁଟି କମାଣ୍ଡେଟଂ, ମାଲକାନଗିରି ଥାନା ଅଧିକାରୀ ରଜଂନକୁମାର ସାହୁ, ଇନିସ୍ପେକ୍ଟର ସୌମେନ୍ଦୁସେଖର ତ୍ରୀପାଠୀ ପ୍ରମୁଖ ପୁଲିସ ଅଧିକାରୀ ଯୋଗଦେଇଥିଲେ। ଏହି ଅବସରରେ ସଶସ୍ତ୍ର ପୁଲିସ ବାହିନୀ ପ୍ୟାରେଡରେ ଭାଗନେଇଥିଲେ। ରିଜର୍ଭପୁଲିସ ଇନିସପେକ୍ଟର ବିକ୍ରମ କୁମାର ଦାଶ ପ୍ୟାରେଡ ପରିଚାଳନାକରି ଥିଲେ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.