Home ଜିଲ୍ଲା ପରିକ୍ରମା ଶତପ୍ରତିଶତ ମତଦାନ ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଗଣଦୈଡ

ଶତପ୍ରତିଶତ ମତଦାନ ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଗଣଦୈଡ

304

ମାଲକାନଗିରି, ୧ା୪(ଓଡିଆ ପୁଅ) ଆସନ୍ତା ୧୧ତାରିଖରେ ହେବାକୁ ଥିବା ସାଧରଣ ନିର୍ବାଚନରେ ମାଲକାନଗିରି ଜିଲ୍ଲାରେ ଶତପ୍ରତିଶତ ମତଦାନ ହେବାପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଗଣଦୈଡ ର ଆୟୋଜନ ହୋଇ ଜନସଚେତନତା ସୃଷ୍ଟି କରାଯାଇଛି। ପବିତ୍ର ଉତ୍କଳ ଦିବସ ଅବସରରେ ଆଜି ସକାଳେ ସ୍ଥାନୀୟ ଷ୍ଟାଡିୟମ ଠାରେ ଏହି ଗଣଦୈଡକୁ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜପଣ୍ଡା ସବୁଜପତାକା ଦେଖାଇ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ। ୫୦୦ରୁ ଉର୍ଦ୍ଦ ଛାତ୍ର ଛାତ୍ରୀ, ସାଧାରଣ ନାଗରିକ ମାନେ ଷ୍ଟାଡିୟମ ଠାରୁ ବାହାରି ବସଷ୍ଟାଣ୍ଡ ହୋଇ ଦଣ୍ଡକାରଣ୍ୟ ମଇଦାନରେ ପହଁଚି ଥିଲେ। ସେଠାରେ ଦୈଡରେ କୃତକାର୍ଯୟହୋଇ ଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହି ଗଣଦୈଡରେ ଦିନଦୟାଲ ଉପାଧ୍ୟାୟ ତାଲିମ କେନ୍ଦ୍ରର ଛାତ୍ର ଛାତ୍ରୀ, ସ୍କିଲ ଇଣ୍ଡିଆର ଛାତ୍ର ଛାତ୍ରୀ, କ୍ରଡୀ ଛାତ୍ରବାସର ଛାତ୍ର, ଘଡେଇଆବାସିକ ବିଜ୍ଞାନ ମହାବିଦ୍ୟାଳୟ, ମାଲାକନଗିରି କଲେଜ, ଜାବାହର ନବୋଦୟ ବିଦ୍ୟାଳୟ, କେନ୍ଦ୍ରିୟ ବିଦ୍ୟାଳୟ ର ୫୦୦ରୁ ଉର୍ଦ୍ଦ ଛାତ୍ର ଛାତ୍ରୀ, ବିଜୁ ଯୁବ ବାହିନୀ ଓ ଜନସାଧାରଣ ଯୋଗଦେଇ ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମୋ ଭୋଟ ଲେଖା ଥିବା ମାନବସୃଙ୍ଖଳ କରାଯାଇଥିଲା। ଦେଶର ନିର୍ବାଚନ ମହା ପର୍ବରେ ଆମରି ଶାସକ ଆମେ ବାଛିବା, ଆମ ଗଣତନ୍ତ୍ର ଆମେ ଗଡିବା ଲଖାଥିବା ବ୍ୟାନର ଧିର ଭୋଟଦାନରେ ବହୁଳ ଯୋଗଦାନ, ଗଣତନ୍ତ୍ର କୁ କରିବ ବଳିଆନ ସ୍ଲୋଗାନ ସହ ଇଭିଏମ, ଭିଭିପ୍ୟାଡ ମେସିନର ବ୍ୟବହାର ସଂପର୍କରେ ସଚେତନର ବାର୍ତ୍ତା ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିନାଶ କୁମାର ମିଶ୍ର ପରିଚାଳନା କରିଥିବାବେଳେ ଏହି ଜନସଚେତନତା ସଭାରେ ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ କୁଳମଣୀ ନିଆଲ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ସାମ୍ବାଦିକ, ସହରବାସୀ ଓ ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ର ଛାତ୍ରୀ ମାନେ ଯୋଗଦେଇ ସତପ୍ରତିଶତ ମତଦାନ କିପରି ହୋଇପାରିବ ସେ ସଂପର୍କରେ ମତଉପସ୍ଥାପନ କରି ଜନସଚେତନତା ସୃଷ୍ଟିକରିଥିଲେ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.