Home ଜିଲ୍ଲା ପରିକ୍ରମା ଜିଲ୍ଲାସଦର ହସପିଟାଲ ପରିସରେ ବିଶ୍ୱକର୍କଟ ଦିବସ ପାଳିତ,କ୍ୟାନ୍ସର ସଚେତନତା ରଥ ଉଦଘାଟିତ

ଜିଲ୍ଲାସଦର ହସପିଟାଲ ପରିସରେ ବିଶ୍ୱକର୍କଟ ଦିବସ ପାଳିତ,କ୍ୟାନ୍ସର ସଚେତନତା ରଥ ଉଦଘାଟିତ

28

ମାଲକାନଗିରି,୪ା୨(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲାସଦର ହସପିଟାଲ ପରିସରରେ ବିଶ୍ୱକର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କ୍ୟାନ୍ସର ରୋଗର ଜନସଚେତନତା ରଥ ଆଜି ମାଲକାନଗିରି ଜିଲ୍ଲା ହସପିଟାଲ ଠାରେ ଉଦଘାଟିତ ହୋଇ ଯାଇଛି । ଆଜି ସକାଳେ ଜିଲ୍ଲାସଦର ମହକୁମା ହସପିଟାଲ ପରିସରରେ କ୍ୟାନ୍ସର ସଚେତନତାର ରଥକୁ ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲକୁମାର ନନ୍ଦ ସବୁଜ ପତାକା ଦେକାଇ ଉଦଘାଟନ କରିଛନ୍ତି । ଏହି ରଥ ଜିଲ୍ଲାର ସାତଟି ଯାକ ବ୍ଲକରେ ଥିବା ହାଟ ବଜାର ଗ୍ରାମଗୁଡିକ ପରିକ୍ରମା କରି କ୍ୟାନ୍ସର ରୋଗର ସୁରକ୍ଷା ପ୍ରତିଗୁରୁତ୍ୱ ଦେବା ସହିତ ଏହି ରୋଗକୁ ଲୋପକରିବା ଆଦି ଜନସଚେତନତାର ବାର୍ତାଦେଇ ଲୋକଙ୍କ ମଧ୍ୟ ଜନସଚେତନତା ସୃଷ୍ଟିକରିପାରିବ ବୋଲି ସିଡିଓମଓ ଡାକ୍ତର ନନ୍ଦ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଏଡିଏମଓ ଡାକ୍ତର ଶିବପ୍ରସାଦ ମହାରଣା,ଡାକ୍ତର ଅନିଲପ୍ରସାଦ ମିଶ୍ର,ଡାକ୍ତର ଶଙ୍କଳ୍ପ କେଶରି ଭୋଳ,ଡାକ୍ତର ଶିଶି ଭୁଷଣ ମହାପାତ୍ର,କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ନରାୟଣ ପାତ୍ର,ଜିଲ୍ଲା ଜନସ୍ୱାସ୍ଥ୍ୟ ଅଦିକାରୀ ଡାକ୍ତକ ସନ୍ଧ୍ୟାରାଣୀ ପଟନାୟକ,ଡାକ୍ତର ପ୍ରଫୁଲ କୁମାର ବେହେରା,ଡାକ୍ତର ନିହାର ପ୍ରହରାଜ,ଡାକ୍ତର ଲୋଲୁପ ସତପଥୀ,ଡାକ୍ତର ଅଶୋକ ଖମାରୀ, ଡିଏମଆରସିଏଚ ବନ ବିହାରୀ ମିଶ୍ର,ଶଶାଙ୍କ ସେଖର ପଣ୍ଡିତ୍ରା,ପ୍ରଣୟକୁମାର ପାଣିଗ୍ରାହୀ,ପଦ୍ମିନୀ ଜେନା,ମୁଖ୍ୟ ସେବୀକା ଚାମେଲି ମଣ୍ଡଳ,ସଂଯୁକ୍ତା ସେଠୀ,ମନୋଜ ନାୟକ ପ୍ରମୁଖ ଉପସ୍ଥିତ ରହି କ୍ୟାନ୍ସସର ରୋଗ ର ନିରାକରଣ ଓ ପ୍ରତିକାର ସଂପର୍କ କହିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.