Home କୋରାପୁଟ କୋରାପୁଟ ସରକାରୀ ମହାବିଦ୍ୟାଳୟରେ ମଧୁସ୍ମୃତି ଆଲୋଚନା ଚକ୍ର ଓ ସୁରମ୍ୟା ପ୍ରାଚୀର ପତ୍ରିକା ଉନ୍ନୋଚିତ

କୋରାପୁଟ ସରକାରୀ ମହାବିଦ୍ୟାଳୟରେ ମଧୁସ୍ମୃତି ଆଲୋଚନା ଚକ୍ର ଓ ସୁରମ୍ୟା ପ୍ରାଚୀର ପତ୍ରିକା ଉନ୍ନୋଚିତ

19

କୋରାପୁଟ ୦୪-୦୨(ଓଡିଆ ପୁଅ /ରଂଜନ ଦାସ)ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ଅବସରରେ କୋରାପୁଟ ସରକାରୀ ମହାବିଦ୍ୟାଳୟ ଇତିହାସ ବିଭାଗ ଆନୁକୁଲ୍ୟରେ ମଧୁବାବୁ ଓ ଓଡିଶାର ଐ୍ୟତିହ୍ୟ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଇତିହାସ  ବିଭାଗର ମୁଖ୍ୟ ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶ ଅଧ୍ୟକ୍ଷତା କରି ପ୍ରାଚୀର ପତ୍ରିକା ସୁରମ୍ୟାର ଉନ୍ନୋଚନ କରିଥିଲେ ।ସାମାଜିକ ଚେତନା ସୃଷ୍ଟି କରିବା ପାଇଁ ଇତିହାସର ଭୂମିକା କିଭଳି ଯୁଗେ ଯୁଗେ ପ୍ରତିପାଦିତ ହୋଇଆସିଛି  ତତ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ସେ ଉଦବୋଧନ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଅତିଥି ଅଧ୍ୟାପକ ସୀତାକାନ୍ତ ପାଣିଗ୍ରାହୀ  ଓ ଛାତ୍ରଛାତ୍ରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ସରିତା ଭତ୍ରା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଛାତ୍ର ପ୍ରତିନିଧି ଆମୋସ ହିଆଲ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.