Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳ ଙ୍କ ବଣ୍ଡାଘାଟି ପରିଦର୍ଶନ,କରୋନା ସଂକ୍ରମଣକୁ ରୋକିବା ପାଇଁ ଆନ୍ଦ୍ର ସୀମା ସିଲ

ଜିଲ୍ଲାପାଳ ଙ୍କ ବଣ୍ଡାଘାଟି ପରିଦର୍ଶନ,କରୋନା ସଂକ୍ରମଣକୁ ରୋକିବା ପାଇଁ ଆନ୍ଦ୍ର ସୀମା ସିଲ

43

ମାଲକାନଗିରି,୧୮ ।୫ (ଓଡିଆ ପୁଅ ) ଘଚଂଜଙ୍ଗଲ ପାହଡ ଶୀର୍ଷରେ ଥିବା ଦୁର୍ଗମ ବଣ୍ଡାଘାଟିକୁ ଗତବର୍ଷ କରୋନାର ପ୍ରଥମ ଲହର ଛୁଇଁ ପାରିନଥିବା ବେଳେ ଚଳିତବର୍ଷ ଦ୍ୱିତୀୟ ଲହର ରେ ୧୨ଜଣ ଆଦିମବଣ୍ଡା ଜନଜାତୀ କରୋନା ସଂକ୍ରମଣ ହୋଇଛନ୍ତି । ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାରିତ ହେବାପରେ ଜିଲ୍ଲାପ୍‌୍ରଶାସନ ପକ୍ଷରୁ ବଣ୍ଡାଘାଟିରେ କୋଭିଡ ଜନସଚେତନତା ସହିତ ସମସ୍ତ ପ୍ରକାର ପ୍ରତିଶେଷଧକ ବ୍ୟବସ୍ଥା କରାଯାଇଛି । ଆଜି ଦୁର୍ଗମ ବଣ୍ଡାଘାଟିକୁ ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ଗସ୍ତକରି କରୋନା ପରିସ୍ଥିତି ଅନୁଧ୍ୟାନ କରିବା ସହିତ ବଣ୍ଡା ଜନଜାତିଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା କଥାପଚାରି ବୁଝିଛନ୍ତି । ସେମାନେ ଆନ୍ଦ୍ରପ୍ରଦେଶ କିମ୍ବା ବାହରକୁ ନଯାଆନ୍ତି,ସେଥିପ୍ରତି ଗୁରୁତ୍ୱଦେଇ ବଣ୍ଡାଘାଟିର ମୁଦୁଲିପଡା, ଅଣ୍ଡ୍ରାହଲ ପଚାଂୟତ ସହିତ ଆନ୍ଦ୍ରପ୍ରଦେଶ ସୀମାନ୍ତକୁ ସିଲ କରାଯାଇଛି । ବଣ୍ଡା ଘାଟିର ଆଦିମାନବ ବଣ୍ଡା ଜନଜାତି କିପରି କରୋନା ସଂକ୍ରମଣ ରୁ ସୁରକ୍ଷିତ ରହିବେ ସେନେଇ ଅଧିକାରୀ ମାନଙ୍କ ସହିତ କୋଭିଡ-୧୯ ସଂପର୍କରେ ଜିଲ୍ଲାପାଳ ସମିକ୍ଷା କରିଛନ୍ତି । ୧୨ଜଣ ବଣ୍ଡା ସଂପ୍ରଦାୟର ବ୍ୟକ୍ତି କରୋନା ସଂକ୍ରମଣ ହୋଇଥିଲେ , ସେଥି ମଧ୍ୟରୁ ୪ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ୮ଜଣଙ୍କୁ ମୁଦୁଲିପଡା ପଚାଂୟତ ଠାରେ ସ୍ୱତନ୍ତ୍ର ଭାବେ ପ୍ରତିଷ୍ଟା କରାଯାଇଥିବା କ୍ୱାରେଟାଂଇନ କେନ୍ଦ୍ରରେ ରଖା ଯାଇ ଚିକିତ୍ସା କରାଯାଉଛି । ବଣ୍ଡାଘାଟିରେ ଜିଲ୍ଲାପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଂଚାଇବାର ବ୍ୟବସ୍ଥା କରାଯାଇଛି । ବଣ୍ଡା ଲୋକମାନେ ସୀମାନ୍ତ ଆନ୍ଦ୍ରପ୍ରଦେଶ ଆନକାଡିଲି ହାଟକୁ ଯାଇ କରୋନା ସଂକ୍ରମଣ ହୋଇଥିବାରୁ ଆନ୍ଦ୍ର ସୀମାନ୍ତକୁ ସିଲ କରିଦିଆଯାଇଛି । ବଣ୍ଡାଘାଟିରେ ଜିଲ୍ଲାପ୍ରଶାସନ ପକ୍ଷରୁ ନିୟମତି ଭାବେ ସ୍ୱାସ୍ଥ୍ୟଶିବିର ଓ କୋଭିଡ ଜନସଚେତନତା ଚାଲିଛି,କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସମସ୍ତ ବଣ୍ଡା ସଂପ୍ରଦାୟଙ୍କୁ ମାସ୍କ,ସାନିଟାଇଜର,ହ୍ୟାଣ୍ଡଓ୍ୟାସ ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ୟେଦୁଲା ଗଣମାଧ୍ୟମକୁ ସୁଚନାଦେଇଛନ୍ତି । ଜିଲ୍ଲାପାଳ ବଣ୍ଡାଘାଟିର ଦୁର୍ଗମ ଦାନ୍ତିପଡା ଗ୍ରାମକୁ ଯାଇ ବଣ୍ଡାଜନଜାତିଙ୍କ ସହିତ କରୋନା ସଂକ୍ରଣରୁ କିପରି ସୁରକ୍ଷିତ ରହିବେ ସେନେଇ ମାସ୍କ ପରିଧାନ କରିବା ସାମାଜିକ ଦୂରତା ରଖିବା,ଜନଗହଳି କୁ ନ ଯିବା ଆଦି ଜନସଚେତନତାର ବାର୍ତା ଦେଇ ବଣ୍ଡାସଂପ୍ରଦାୟର ଲୋକମାନଙ୍କୁ ମାସ୍କ,ସାନିଟାଇଜର ବାଟିଂଛନ୍ତି,ଜିଲ୍ଲାପାଳ ଙ୍କ ସହିତି ସିଡିଏମଓ ଡାକ୍ତର ପ୍ରଫୁଲକୁମାର ନନ୍ଦ,ଖଇରପୁଟ ବିଡିଓ,ତହସିଲଦାର,ଖଇରପୁଟ ଡାକ୍ତର,ଙ୍କ ସହିତ ଅନ୍ୟନ ଅଧିକାରୀ ମାନେଉପସ୍ଥିତ ଥିଲେ । ଜିଲ୍ଲାପ୍ରଶାସନ ଓ ଉତ୍କଳ ସାମ୍ବାଦିକ ସଂଘ ର ମିଳିତ ଉଦମ୍ୟରେ ପ୍ରତିଷ୍ଟା ହୋଇଥିବା କରୋନା ଜନସଚେତନତା ରଥ ବଣ୍ଡା ଘାଟିର ବିଭିନ୍ନ ଦୃଗ ଗ୍ରାମ ପରିକ୍ରମା କରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଜନ ସଚେତନତାର ବାର୍ତା ଦେବା ସହ ମାସ୍କ,ସାନିଟାଇଜର, ସାବୁନ ବଟଂନ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.