Home କେନ୍ଦୁଝର ହରିଚନ୍ଦନପୁର ବ୍ୟାଙ୍କରେ ଜନ ଗହଳିକୁ ନେଇ ସ୍ଥିତି ସମୀକ୍ଷା ସହ ସମାଧାନ କଲେ ତହସିଲଦାର ଓ...

ହରିଚନ୍ଦନପୁର ବ୍ୟାଙ୍କରେ ଜନ ଗହଳିକୁ ନେଇ ସ୍ଥିତି ସମୀକ୍ଷା ସହ ସମାଧାନ କଲେ ତହସିଲଦାର ଓ ଥାନା ଅଧିକାରିଣୀ

39

ହରିଚନ୍ଦନପୁର,ତା ୧୮ ମଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କୋଭିଡ୍ କଟକଣା ଯୋଗୁଁ ବ୍ୟାଙ୍କ୍ ଗୁଡ଼ିକ ଖୋଲା ଯିବାର ସମୟ ପରିବର୍ତ୍ତନ କରାଯାଇଛି, ଯାହାକୁ ନେଇ ଶାଖା କାର୍ଯ୍ୟାଳୟ ଗୁଡିକରେ ନେଣ ଦେଣ ପାଇଁ ଜନ ଗହଳି ବୃଦ୍ଧି ପାଇଛି । କରୋନାର ଦିତୀୟ ଲହରୀ ସମୟରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରେ ବଢୁଥିବା ଜନ ଗହଳିକୁ ନେଇ ଚିନ୍ତାରେ ତହସିଲଦାର ଓ ଥାନା ଅଧିକାରିଣୀ । ଗତ ଅକ୍ଷୀତୃତୀୟା ଦିନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାଳିଆ ଓ କିଷାନ ଯୋଜନାର ଟଙ୍କା ଆସିବା ପରେ ବ୍ୟାଙ୍କ ଶାଖା ଗୁଡ଼ିକରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । ସାଧାରଣତଃ ସୋମବାର ଦିନ ଉକ୍ତ ବ୍ୟାଙ୍କରେ ଲାଗିଥିବା ଜନ ଗହଳିକୁ ଦେଖି ତହସିଲଦାର ଓ ଥାନା ଅଧିକାରିଣୀ ସ୍ଥିତି ସମୀକ୍ଷା କରିବା ସହ ସଚେତନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି । ସ୍ଥାନୀୟ ତହସିଲଦାର ପ୍ରଶାନ୍ତ ସେଠୀ ଓ ଥାନା ଅଧିକାରିଣୀ ସୁସ୍ମିତା ଦେବତା ଘଟଣାସ୍ଥଳରେ ନିଜ ରହି ବ୍ୟାଙ୍କ କର୍ମଚାରୀଙ୍କ ସହ ପରସ୍ପର ଆଲୋଚନା କରି ସମସ୍ୟାର ସମାଧାନ କରିଛନ୍ତି । କରୋନାକୁ ନେଇ ଭୟଭୀତ ସମୟରେ ତାଙ୍କର ଏହିଭଳି ପ୍ରଶଂସନିୟ କାର୍ଯ୍ୟ ପାଇଁ ଏଅଞ୍ଚଳରେ ଦୁଇ ଜନ ପ୍ରିୟ ଅଧିକାରୀ ପ୍ରଶଂସାର ପାତ୍ର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.