Home ଜିଲ୍ଲା ପରିକ୍ରମା ଭଦ୍ରକ : ଚିହ୍ନଟ ହେଲେ ୩୫୦ ଆକ୍ରାନ୍ତ

ଭଦ୍ରକ : ଚିହ୍ନଟ ହେଲେ ୩୫୦ ଆକ୍ରାନ୍ତ

27

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ୩୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରୁ ଏଯାବତ୍ ମୋଟ ୧୩ ହଜାର ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ମୋଟ ୩ ଲକ୍ଷ ୭୬ ହଜାର ୮୩୪ଜଣଙ୍କର ନମୁନା ପରୀକ୍ଷା ପରେ ଏହି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଇତି ମଧ୍ୟରେ ଆଉ ୮୩ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଏବେ ଜିଲ୍ଲାର ମୋଟ ସୁସ୍ଥଙ୍କ ସଂଖ୍ୟା ହୋଇଛି ୧୦ ହଜାର ୧୮୭ । ଆଉ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୨୭୮୭ଜଣ । ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବନ୍ତ ବ୍ଲକରୁ ୧୯ଜଣ, ଭଦ୍ରକ ବ୍ଲକରୁ ୬୦, ବାସୁଦେବପୁରରୁ ୭୪, ତିହିଡି ବ୍ଲକରୁ ୫୭, ଧାମନଗରରୁ ୧୪, ଚାନ୍ଦବାଲିରୁ ୧୪, ଭଣ୍ଡାରିପୋଖରୀରୁ ୧୦, ଭଦ୍ରକ ପୌରପାଳିକାରୁ ୪୧, ବାସୁଦେବପୁର ପୌରପାଳିକାରୁ ୧୩ ଏବଂ ଅନ୍ୟ ଜିଲ୍ଲାରୁ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୩୫ଜଣ ଜିଲ୍ଲା ବାହାରର ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସା ସମୟରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.