Home ଓଡ଼ିଶା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପ୍ରକୋଷ୍ଟ ପୁନ୍ନନିର୍ମାଣ ସଂପର୍କରେ ଅଭିଯୋଗ କଲେ ପିସିସି କାର୍ଯ୍ୟକାରି ସଭାପତି ପ୍ରଦୀପ...

ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପ୍ରକୋଷ୍ଟ ପୁନ୍ନନିର୍ମାଣ ସଂପର୍କରେ ଅଭିଯୋଗ କଲେ ପିସିସି କାର୍ଯ୍ୟକାରି ସଭାପତି ପ୍ରଦୀପ ମାଝି

45

ମାଲକାନଗିରି,୨୭ ।୬ (ଓଡିଆ ପୁଅ )ମାଲକାନଗରି ଜିଲ୍ଲାପାଳଙ୍କ ପିଛା ଛାଡୁନାହିଁ ବିବାଦ,ପୁଣି ତାଙ୍କ ନାମରେ ଅଭି ଯୋଗ ଆଣିଛନ୍ତି ପିସିସି କାର୍ଯକାରି ସଭାପତି ପ୍ରଦୀପ ମାଝୀ,ସେ ଗଣ ମାଧ୍ୟମକୁ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ଭୟାବହ କରୋନା ମହାମାରି ସମୟରେ ଲୋକ ମାନେ ଠିକ ଭାବେ ଗଣ୍ଡେ ଖାଇବାକୁ ପାଉନଥିବା ବେଳେ ଜିଲ୍ଲାପାଳ ନିଜର କାର୍ଯ୍ୟାଳୟ ପ୍ରକୋଷ୍ଟକୁ ବିନାକାରଣରେ ଲକ୍ଷାଧିକ ଟଙ୍କା ବ୍ୟୟ କରି ପୁର୍ନର ନିର୍ମାଣ କରିବା ଅତ୍ୟନ୍ତ ଦୁଃଖଦ ଘଟଣା,ଏହି ମରାମତରେ ୧୫ରୁ ୨୦ଲକ୍ଷଟଙ୍କା ଖର୍ଚ ହୋଇଥିବାର ସେ ଅଭିଯୋଗ କରିଛନ୍ତି । ଏହା ରାଜ୍ୟସରକାରଙ୍କ ରାଜକୋଷରୁ ହିଁ ଖର୍ଚ ହୋଇଥିବାରୁ କରୋନା ସମୟରେ ସରକାରଙ୍କ ଉପରେ ବୋଝଇଉପରେ ନଳିତା ବିଡା ସଦୃଶ୍ୟ ହୋଇଛି । ପ୍ରଶାସନିକ ବିନା ଅନୁମୋଦାନରେ ଆର୍ଥିକ ଆବଟଂନ ନଥାଇ ରାସ୍ତା ଓ ଗୃହନିର୍ମାଣ ବିଭାଗ ର ନିର୍ବାହିଯନ୍ତ୍ରୀ କିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଟକୁ ପୁନ୍ନନିର୍ମାଣ କରିଛନ୍ତି ଏହାର ତଦନ୍ତ କରିବା ଜରୁରୀ ରହିଛି,ତେଣୁ ଭାରତୀୟ ଜାତୀୟ କଂଗ୍ରେସ ସରକାରଙ୍କ ନିକଟରେ ଦାବିଜଣାଉଛି ଯେ ଏହି ପ୍ରକୋଷ୍ଟ ମରାମତ ଓ ପୁନ୍ନଗଠନରେ ଖର୍ଚ ହୋଇଥିବା ସମସ୍ତ ଅର୍ଥ ଜିଲ୍ଲାପାଳ ଓ ନିର୍ବାହି ଯନ୍ତ୍ରୀଙ୍କ ବେତନରୁ ଭରଣା କରାଯାଉ ବୋଲି ଶ୍ରୀ ମାଝୀ ଗଣମାଧ୍ୟମକୁ ପ୍ରେସ ଇସ୍ତାହାର ମାଧ୍ୟମରେ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.