Home ଓଡ଼ିଶା କୋଭିଡରେ ଅନାଥ ହୋଇଥିବା ପିଲାଙ୍କ ଚିହ୍ନଟପ୍ରକ୍ରିୟା ଆରମ୍ଭ,ଆଶୀର୍ବାଦ ଯୋଜାନରେ ସାମିଲ

କୋଭିଡରେ ଅନାଥ ହୋଇଥିବା ପିଲାଙ୍କ ଚିହ୍ନଟପ୍ରକ୍ରିୟା ଆରମ୍ଭ,ଆଶୀର୍ବାଦ ଯୋଜାନରେ ସାମିଲ

63

ମାଲକାନଗିରି,୨୭ ।୬ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ ଭୟାବହ କରୋନା ମାହାମାରି ବ୍ୟାପି ଚାଲିଥିବା ବେଳେ କୋଭିଡ ରେ ଅନେକ ପିଲା ଅନାଥ ହୋଇଯାଇଛନ୍ତି । ଏହି ଅନାଥ ପିଲାଙ୍କ ଥଇଥାନ କରିବା ନିମନ୍ତେ ରାଜ୍ୟସରକାର ଙ୍କ ଦ୍ୱାରା ଆଶୀର୍ବାଦ ଯୋଜାନା ଆରମ୍ଭ କରାଯାଇଛି । ଏହି ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ଙ୍କ ନିର୍ଦ୍ଦେଶ କ୍ରେମ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁସୁରକ୍ଷା କମଟି ପକ୍ଷରୁ କୋଭିଡ ରେ ଅନାଥ ହୋଇଥିବା ପିଲାଙ୍କ ଚିହ୍ନଟ ପ୍ରକ୍ରୀୟା ମାଲକାନଗିରି ଜିଲ୍ଲାର ସାତଟି ଯାକ ବ୍ଲକରେ ଆରମ୍ଭ ହୋଇଯାଇଛି । ଜିଲ୍ଲାରେ କୋଭିଡରେ ମୃତ୍ୟୁବରଣ କରିଥିବା ଏକକ ଅଭିଭାବକ ୨୧ଜଣ ପିଲା ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ବେଳେ କରୋନା ବ୍ୟତିତ ଅନ୍ୟକାରଣରୁ ଅନାଥ ପିଲା ୧୬୧ଜଣ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟ ପିଲାଙ୍କୁ କିପରି ଆଶୀର୍ବାଦ ଯୋଜନା ରେ ସାମିଲ କରାଯିବ ଏଥି ନେମନ୍ତେ ଏକ ସମୀକ୍ଷା ବୈଠକ ମାଲକାନଗିରି ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଶିଶୁମଙ୍ଗଳ ସମତି ଚେୟାରମେନ ଅଶୋକ କୁମାର ପଟନାୟକ,ଶିଶୁ ମଙ୍ଗଳ ସମତି ସଦସ୍ୟ ସୁନାକର ପାଳ,ସଦସ୍ୟା ଚୁମୁକି ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ଚିହ୍ନଟ ପ୍ରକ୍ରିୟାକୁ ତ୍ୱାରାନିତ କରିବା ନିମନ୍ତେ ମାଲକାନଗରି,କାଲିମେଳା,ପଡିଆ, ଚିତ୍ରକୋଣ୍ଡା,କୋରକୁଣ୍ଡା,ଖଇରପୁଟ, ମାଥିଲି ସାତଟି ଯାକ ବ୍ଲକରେ ସାତଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତି କରାଯାଇଛି, ଏହି ଚିହ୍ନଟ ପ୍ରକ୍ରିୟାରେ ସିଡିପିଓ,ସୁପରଭାଇଜର,ଅଙ୍ଗନଓ୍ୟାର୍ଡିକର୍ମୀ ମାନଙ୍କୁ ସାମିଲ କରାଯାଇଛି । ଗତ୨୦୨୦ ମସିହା ଏପ୍ରିଲ ମାସ ୧ତାରିଖ ପରେ କୋଭିଡ ରେ ଅନାଥ ହୋଇଥିବା ପିଲାମାନଙ୍କୁ ରାଜ୍ୟ ସରକାରଙ୍କର ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇ ସେମାନଙ୍କୁ ସହାୟତା ଯୋଗଇ ଦିଆଯିବ ।କୋଭିଡରେ ଉଭୟ ବାପା ମା ହରାଇଥିବା ଅନାଥ ପିଲାଙ୍କୁ ଭରଣପୋଷଣ,ଶିକ୍ଷା,ସ୍ୱାସ୍ଥ୍ୟ ସେବା ବାବଦକୁ ମାସିକ୨୫୦୦ଟଙ୍କା ପିଲାଙ୍କ ଦାୟିତ୍ୱ ନେଉଥିବା ଆତ୍ମିୟଙ୍କ ବ୍ୟାଙ୍କ ଖାତା କିମ୍ବା ଅନାଥ ପିଲାଙ୍କ ଖାତାରେ ଜମାକରାଯିବ ।ବାପା କିମ୍ବା ମା ଜଣେ କାହାକୁ କୋଭିଡ ରେ ହରାଇଥିବା ଏକକ ଅଭିଭାବକ ପିଲାଙ୍କୁ ମାସିକ୧୫୦୦ଟଙ୍କା ବଚିଂଥିବା ମା କିମ୍ବା ବାପାଙ୍କ ବ୍ୟାଙ୍କ ଖାତାରେ ଜମାକରାଯିବ, ୧୮ବର୍ଷ ପୁରିଲା ପର୍ଯ୍ୟନ୍ତ ଏହି ଆର୍ଥିକ ସହାୟତା ମିଳିବ,କୋଭିଡରେ ଅନାଥ ପିଲାଙ୍କ ପାଇଁ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦିଆ ଯିବ,ପିଲାଙ୍କର ଉଚ୍ଚଶିକ୍ଷା ପାଇଁ ସରକାର ସମସ୍ତଖର୍ଚ ବହନ କରିବେ । ଅନାଥ ପିଲା ଯଦି ଆତ୍ମିୟଙ୍କ ପାଖରେ ନରହି କୌଣସି ଶିଶୁଗୃହରେ ରୁହନ୍ତି ସେପିଲାଙ୍କ ବ୍ୟାଙ୍କ ଖାତାକୁ ମାସିକ ୧ହଜାର ଟଙ୍କା ଲେଖା ସହାୟତା ଯୋଗାଇ ଦିଆ ଯିବାର ବ୍ୟବସ୍ଥା ରହିଛି, ଗତ୨୦ତାରିଖ ରୁ ରାଜ୍ୟସରକାର ଆଶୀର୍ବାଦ ଯୋଜନା ଘୋଷଣା କରିଛନ୍ତି । ମାଲକାନଗିରି ଜିଲ୍ଲାରେ କୋଭିଡରେ ଏକକ ଅଭିଭାବକ ଅନାଥ ୨୧ଜଣ ଓ ୍‌ଅନ୍ୟକାରଣରୁ ଅନାଥ ପିଲା ୧୬୧ଜଣ ଚିହ୍ନଟ ହୋଇଛନ୍ତି, ଏକକ କୋଭିଡ ଅନାଥ ପିଲା ମାଲକାନଗିରି ବ୍ଲକରୁ ୬ଜଣ,କାଲିମେଳା ବ୍ଲକରୁ ୧୦ଜଣ,ଖଇରପୁଟ ବ୍ଲକରୁ ଜଣେ,କୋରକୁଣ୍ଡା ବ୍ଲକରୁ ୪ଜଣ ଗତ ୫ଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି, ଏହି ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.