Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିରର ଭଣ୍ଡାରୀ ସେବାକାରୀଙ୍କ ପରଲୋକ, ପୀଠରେ ଶୋକର ଛାୟା

ଆଖଣ୍ଡଳମଣିଙ୍କ ମନ୍ଦିରର ଭଣ୍ଡାରୀ ସେବାକାରୀଙ୍କ ପରଲୋକ, ପୀଠରେ ଶୋକର ଛାୟା

86

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ଭଣ୍ଡାରୀ ସେବାକାରୀ ସୁରେନ୍ଦ୍ର ବାରିକ(୫୪)ଙ୍କର ପରଲୋକ ଘଟିଛି । ସୂଚନା ଅନୁଯାୟୀ ସୁରେନ୍ଦ୍ର ଗତକିଛିଦିନ ହେଲା ଜ୍ୱରରେ ପୀଡିତ ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ହେଲେ ଗତକାଲି ଅଧିକ ଗୁତୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ ଯିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକ କହିଛନ୍ତି । ସୁରେନ୍ଦ୍ର ଦୀର୍ଘବର୍ଷ ଧରି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶିବବିବାହ ଉତ୍ସବରେ ଲଗ୍ନଥାଳ ଉଠା କାର୍ଯ୍ୟ ଠାରୁ ଆରମ୍ଭ କରି ମଙ୍ଗଳପାଗ, ଦିଅମଙ୍ଗୁଳା ଓ ବିବାହ କାର୍ଯ୍ୟରେ ନିଜକୁ ସାମିଲ କରି ସେବା ଯୋଗାଇ ଆସୁଥିଲେ । ଏପରିକି ବାବାଙ୍କ ବାହାଘରରେ ନାରଦ, ବ୍ରହ୍ମା, ବୃହଷ୍ପତି ଭଳି ଭୂମିକାରେ ଅଭିନୟ କରି ବରଯାତ୍ରୀ ରୂପେ ସେବା ଯୋଗାଇଥାନ୍ତି ସୁରେନ୍ଦ୍ର । ସୁରେନ୍ଦ୍ରଙ୍କର ଏପରି ମୃତ୍ୟୁକୁ ନେଇ ସାରା ଆରଡିପୀଠ ସମେତ ଆଖପାଖ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.