Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ ଅପିସ ପାଚେରୀରେ ଜିଲ୍ଲାପାଳଙ୍କ ବିରୋଧରେ ଲେଖାକୁ ନେଇ ଜିଲ୍ଲାରେ ଚର୍ଚ୍ଚା

ଜିଲ୍ଲାପାଳଙ୍କ ଅପିସ ପାଚେରୀରେ ଜିଲ୍ଲାପାଳଙ୍କ ବିରୋଧରେ ଲେଖାକୁ ନେଇ ଜିଲ୍ଲାରେ ଚର୍ଚ୍ଚା

258

ମାଲକାନଗିରି,୧ା୧(ଓଡିଆ ପୁଅ ) ୨୦୨୦ ନୂତନବର୍ଷ କୁ ସ୍ୱାଗତ ଜଣାଇ ସମଗ୍ର ଜିଲ୍ଲାବାସୀ ଆନନ୍ଦ ଉଲ୍ଲାସରେ ମାତିଥିବା ବେଳେ ଆଜି ସକାଳେ ଜିଲ୍ଲାପାଳଙ୍କ  ଅଫିସ ପାଚେରୀରେ ଜିଲ୍ଲାପାଳଙ୍କ ବିରୋଧ କଳାରଙ୍ଗରେ ହାତଲେଖା କୁ ଦେଖି ସମଗ୍ର ଜିଲ୍ଲାରେ ଚର୍ଚା ଚାଲିଛି । ମାଲକାନଗିରି ଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁପାଇଁ ଜିଲ୍ଲାପାଳ ଦାୟୀ ବୋଲି କାର୍ଯ୍ୟାଳୟ ସମ୍ମୁଖ ପାଚେରିରେ କେହି ଦୁବୃ ର୍ତ କଳାରଙ୍ଗରେ ଲେଖିଥିବାର ଖବର ପାଇ ଘଟଣାସ୍ଥଳରେ ମାଲକାନଗିରି ଥାନାପୁଲିସ ପହଁଚି ତଦନ୍ତ ଆରମ୍ଭ କରିଦେଇଛି । ପୌରପରିଷଦ କର୍ମାଚାରୀ ମାନେ ଦୁଇଘଟାଂ ପରିଶ୍ରମ କରି ଏହି ଲେଖାକୁ ବହୁକଷ୍ଟରେ ଲିଭାଇ ଦେଇଥିବାର ଜଣାପଡିଛି । ଏ ସଂପର୍କରେ କେହି ଏତଲା ଦେଇନଥିଲେ ମଧ୍ୟ  ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି । ସୁଚନା ଯୋଗ୍ୟ ଯେ ଗତ ୨୭ତାରିଖ ଦିନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣପଣ୍ଡା ନିଖୋଜ ଥିଲେ,ଗତ୨୮ତାରିଖ ଦିନ ତାଙ୍କ ମୃତ ଶରୀର ସତୀଗୁଡା ଜଳଭଣ୍ଡାର ରୁ  ଉଦ୍ଧାର କରାଯାଇଥିଲା ,କେଉଁ ପରିସ୍ଥିତିରେ ଶ୍ରୀ ପଣ୍ଡାଙ୍କର ମୃତ୍ୟୁ ଘଟିଛି ପୁଲିସ ତଦନ୍ତ ଚଳାଇଥିବା ବେଳେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଚେରୀରେ ଏହିପରିଲେଖା କୁ ଦେଖି ସମଗ୍ର ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.