Home ଓଡ଼ିଶା ଯୁବ ବାବାଙ୍କ ଆର୍ବିଭାବ ଲୋକଙ୍କ ମନରେ ସଂନ୍ଦେହ

ଯୁବ ବାବାଙ୍କ ଆର୍ବିଭାବ ଲୋକଙ୍କ ମନରେ ସଂନ୍ଦେହ

317

ନୟାଗଡ/୧୦/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ଓଡିଶାଠାରୁ ଆରମ୍ଭ କରି ସାରା ଭାରତ ବର୍ଷରେ ବାବାଙ୍କ କେଳେଙ୍କାରୀ ଲୋକଙ୍କ ମନରୁ ଲିଭିବାକୁ ବସିଥିବା ବେଳେ ପୁଣି ଏକ ବାବାଙ୍କ ଆର୍ବିଭାବ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ତହିସଲ୍ ଚାନ୍ଦପୁର ଥାନା ପାଇକଭୁଇଁ ଗ୍ରାମରେ । ଆର୍ବିଭାବ କରିଥିବା ବାବାଙ୍କ ନାମ ହେଉଛି ଅନାଦି । ସେ ତ୍ରାହୀ ଅନାଦି ନାମକ ଏକ ଆଶ୍ରମ ଆରମ୍ଭ କରିଛନ୍ତି । ଏହି ଆଶ୍ରମ ରଣପୁରଠାରୁ ଚାନ୍ଦପୁର ରାସ୍ତା ବାରଙ୍ଗାଡିଆ ନିକଟ ପାଇକଭୁଇଁ ଗ୍ରାମଦେଇ ଏକ ଜଙ୍ଗଲ ଭିତରେ ରହିଅଛି । ଯୁବ ବାବା ଅନାଦି ପ୍ରତି ପୁର୍ଣ୍ଣୀମାରେ ଏହିଠାରେ ଆସର ଜମାଇ ପ୍ରବଚନ ଆରମ୍ଭ କରି ଆଶ୍ରମ ନିର୍ମାଣ କରି ଚାଲିଛନ୍ତି । ପୁରୀଠାରୁ ବାଲୁଗାଁ ପର୍ଯ୍ୟନ୍ତ ୨ହଜାରରୁ ଉର୍ଦ୍ଧ୍ୱ ଭକ୍ତ ନାମି ଦାମି କାର ସହ ଅଟୋ ରିକ୍ସା ନେଇ ସମବେତ ହୋଇଥାନ୍ତି । ବାବା ଜାନୁୟାରୀ ୧୦ ତାରିଖରେ ସେଠାରେ ବ୍ରହ୍ମ ସ୍ଥାପନ କରିଥିବା ଜଣା ପଡିଛି । ଏଠାରେ ବାବାଙ୍କ ନାମାଙ୍କିତ ତ୍ରାହୀ ଅନାଦି ଆଶ୍ରମର ବିଭିନ୍ନ ଚିହ୍ନ ବିକ୍ରି କରାଯିବା ସହ ହାତରେ ତାଗ ଡୋରୀ ବନ୍ଧାଯାଇଥାଏ । ବାବାଙ୍କ ସହ ପୁରୀର ଜନୈକ ଅବସର ପ୍ରାପ୍ତ ଡି.ଏସ୍‌.ପି ଶୃଙ୍ଖଳା ଦାୟିତ୍ୱ ତୁଲାଇଥାନ୍ତି । ମାଳିକାର ଜଣେ ପ୍ରବଚକଙ୍କୁ ବାବା ସାଙ୍ଗରେ ଆଣିଥାନ୍ତି । କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବାବାଙ୍କ ସହ ସାମିଲ୍ ଥିବା ଜଣାଯାଏ । ବାବାଙ୍କର କଠଉ ଭକ୍ତମାନେ ମୁଣ୍ଡରେ ମୁଣ୍ଡେଇ ବୁଲୁଥିବାର ଦେଖାଯାଏ । ବାବା ନିଜକୁ ଭଗବାନଙ୍କ ଅବତାର ବୋଲି ପ୍ରବଚନରେ ପ୍ରକାଶ କରିଥିବାର କୁହା ଯାଉଛି । ବାବା ବୃକ୍ଷ ଓ ମାଟିକୁ ପୁଜାର୍ଚ୍ଚନା କରି ସଂସାରରେ ମୋକ୍ଷ ପ୍ରାପ୍ତି ହେବାର ବାଟ ମଧ୍ୟ କହିଥାନ୍ତି । କିଛି ଜଙ୍ଗଲ ଜମିକୁ ସଫାକରି ବାବା ଏହି ଆଶ୍ରମ ଆରମ୍ଭ କରିଥିବା ଅଭିଯୋଗ ହେଉଛି । ପ୍ରତି ପୁର୍ଣ୍ଣମୀରେ ହଜାର ହଜାର ଭକ୍ତ ମଧ୍ୟ ପ୍ରସାଦ ସେବନ କରିଥାନ୍ତି । ଭକ୍ତଙ୍କର ଧାଡି ଲମ୍ବିଥାଏ । ଏହି ବାବା ମଧ୍ୟ ରଣପୁରର ଅଗମ୍ୟ ବନ୍ଧମୁଣ୍ଡା ପଂଚାୟତର ଶିରିକୁଟି ଗ୍ରାମରେ ଏହିଭଳି ଏକ ଆଶ୍ରମ କରି ଭକ୍ତମାନଙ୍କୁ ପ୍ରବଚନ ଦେଉଥିବା କଥା ଦେଖାଯାଏ । ଜଙ୍ଗଲ ଜମି ଜବର ଦଖଲ ଅଭିଯୋଗ ସମ୍ପର୍କେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଆମ୍ଭ ପାଖରେ ଏ ସମ୍ପର୍କେ ଖବର ନାହିଁ । ଅଭିଯୋଗ ପାଇଲା ପରେ ନିଶ୍ଚିତ ପଦକ୍ଷେପ ନିଆଯିବ । ଆଶ୍ରମ ସମ୍ପର୍କେ ନୟାଗଡ ଉପ-ଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ରଣପୁର ତହସିଲ୍‌ଦାରଙ୍କୁ ଜଣାଉଛୁ ତୁରନ୍ତ ପଦକ୍ଷେପ ନିଆଯିବ । ସାଧାରଣ ଲୋକଙ୍କ ମନରେ ସଂନ୍ଦେହ ଉଠୁଛି ଓଡିଶାରେ କେଳେଙ୍କାରୀ ଘଟାଇଥିବା ବାବାଙ୍କ ଭଳି ଇଏ ଆଉ ଏକ ବାବାଙ୍କ ଆର୍ବିଭାବ ନୁହେଁତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.