Home ଜିଲ୍ଲା ପରିକ୍ରମା ଜାତୀୟସ୍ତର କ୍ରୀଡା ପ୍ରତିଯୋଗୀତା ରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରୀ ଭାଗନେବେ

ଜାତୀୟସ୍ତର କ୍ରୀଡା ପ୍ରତିଯୋଗୀତା ରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରୀ ଭାଗନେବେ

320

ମାଲକାନଗିରି,୭ା୧(ଓଡିଆ ପୁଅ ) ଛତିଶଗଡ ରାଜ୍ୟ ଦୁର୍ଗ ଠାରେ ଜାତୀୟସ୍ତର କବାଡି ପ୍ରତିଯୋଗୀତା ଆସନ୍ତା ୧୨ତାରିଖ ଠାରୁ ୧୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବାକୁ ଯାଉଛି । ମାଲକାନଗିରି ଜିଲ୍ଲାରୁ ଜଣେ ଆଦିବାସୀ ଛାତ୍ରୀ   ଏହି ପ୍ରତିଯୋଗୀତାରେ ଭାଗନେବା ପାଇଁ ମନୋନିତ ହୋଇଛନ୍ତି । ସେ ହେଲେ ମାଲକାନଗିରି ଏମଭି୭ ଜଗନ୍ନାଥପଲ୍ଲୀ ଉଚ୍ଚବିଦ୍ୟାଳୟର ୮ମ ଶ୍ରେଣୀର ଆଦିବାସୀ ଛାତ୍ରୀ ଗୀତାଜଂଳୀ ପୁଜାରୀ , ଜାତୀୟସ୍ତରରେ ପ୍ରତିଯୋଗତୀରେ ମାଲକାନଗିରି ଜିଲ୍ଲାରୁ ଏହି ଆଦିବାସୀ ଛାତ୍ରୀ ମନୋନୀତ ହୋଇଥିବାରୁ କ୍ରୀଡା ପ୍ରେମୀ ଓ ଜିଲ୍ଲାବାସୀଙ୍କ  ମନରେ ଖୁସିର ଲହରି ଖେଳି ଯାଇଛି,ସେମାନଙ୍କୁ ବଧେଇ ଜଣାଇ ଉତମ କ୍ରୀଡାପ୍ରଦର୍ଶନ କରି କୃତକାର୍ଯ୍ୟହୋଇ ଜିଲ୍ଲାର ଗୌରବ ଆଣିବାପାଇଁ ଆଶାପ୍ରକଟ କରିଛନ୍ତି । ଏହି ବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ରାଜ୍ୟ ଓ ଜାତୀୟସ୍ତରରେ ପୁରସ୍କୃତ ହୋଇ ସୁନାମ ଅର୍ଜନକରିଛନ୍ତି । ଜାତୀୟସ୍ତର କବାଡୀ ପ୍ରତିଯୋଗୀତା ପାଇଁ ବିଦ୍ୟାଳୟର ଛାତ୍ରୀ ଗାତୀଜଂଳୀ  ମନୋନୀତ ହୋଇଥିବାରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏ.ଇଶ୍ୱର ରାଓ ,ଶିକ୍ଷକ ଜଗନ୍ନାଥ ସାହୁ,ଶିକ୍ଷକ ଦିପଙ୍କର ମଲିକ,ପ୍ରମୋଦକୁମାରମିଶ୍ର, ଅଜୟକୁମାର ସ୍ୱାଇଁ, ଶ୍ରୀଧାମମଣ୍ଡଳ,ପ୍ରଦୀପ ମିଶ୍ର,ରତ୍ନାକର ବିଶ୍ୱାଳ,ଦିପୁ ବୈରାଗୀ,ରାହୁଳ ମଣ୍ଡଳ,ରାଜେଶ ସିଂ,ପ୍ରସ୍ନଜିତ ଘରାମୀ,ଶିକ୍ଷୟତ୍ରୀ ସଙ୍କୁନ୍ତଳା ସ୍ୱାଇଁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗୀତାଜଂଳୀଙ୍କୁ ବଧେଇ ଜଣାଇ ସେ ଯେପରି ବୀଜୟ ହାସଲକରି ଜିଲ୍ଲା ତଥା ବିଦ୍ୟାଳୟର ସୁନାମ ଆଣିବେ ସେଥିପ୍ରତି ଆଶା ପ୍ରକଟ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.