Home ଓଡ଼ିଶା ଭାରତ ବନ୍ଦ ବେଳେ ସତର୍କ ରହିବାକୁ ସ୍ୱତନ୍ତ୍ର ସଚିବଙ୍କ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ

ଭାରତ ବନ୍ଦ ବେଳେ ସତର୍କ ରହିବାକୁ ସ୍ୱତନ୍ତ୍ର ସଚିବଙ୍କ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ

328

ଭୁବନେଶ୍ୱର୭ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆସନ୍ତାକାଲି ଦେଶର ଶ୍ରମିକ ସଂଗଠନଗୁଡ଼ିକ ଡାକରା ଦେଇଥିବା ୨୪ ଘଣ୍ଟିଆ ଭା‌ରତ ବନ୍ଦକୁ ବିଜୁ ଜନତା ଦଳ ସମର୍ଥନ କରିବ ନାହିଁ ବୋଲି ଜଣାପଡିଛି । ଆସନ୍ତା କାଲି  ଶ୍ରମିକ ସଂଗଠନଗୁଡ଼ିକ ଡାକରା ଦେଇଥିବା ୨୪ ଘଣ୍ଟିଆ ଭା‌ରତ ସତ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବାରିପଦାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଲାଗି ନିର୍ମିତ  ଏକ ଆବାସିକ ବିଦ୍ୟାଳୟର ଲୋକାର୍ପଣରେ ଯୋଗଦେବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିଥିବା ଜଣାପଡିଛି । ସେହିପରି ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଚିଠି ଲେଖି ଭାରତ ବନ୍ଦ ବେଳେ ସତର୍କତା ମୂଳକ ପଦକ୍ଷେପ ନେବା ଓ ଆଇନ ଶୃଙ୍ଖଳା ଉପରେ ଧ୍ୟାନ ଦେବା ସହ ସମସ୍ତ ସରକାରୀ କର୍ମଚାରୀ ମାନେ ଦିନ ୯ ଘଟିକା ସମୟରେ ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.