Home ଓଡ଼ିଶା ବିଜୟ ମହାପାତ୍ରଙ୍କୁ ପୁଣି ଉପେକ୍ଷା !

ବିଜୟ ମହାପାତ୍ରଙ୍କୁ ପୁଣି ଉପେକ୍ଷା !

615

ଭୁବନେଶ୍ୱର: ସିଏଏ ସମର୍ଥନରେ ବିଜେପି ପକ୍ଷରୁ ରାଷ୍ଟ୍ରବ୍ୟାପୀ ଆରମ୍ଭ ହୋଇଥିବା ସମାବେଶ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ହୋଇଯାଇଛି ସିଏଏ ସମର୍ଥନରେ ସମାବେଶ।କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏହି ଅଭିଯାନକୁ ଶୁଭାରମ୍ଭ କରିବା ସହ ସିଏଏ ବିରୋଧରେ ବିରୋଧୀଙ୍କ ଅପପ୍ରଚାର ଉପରେ ବିଶ୍ୱାସ ନକରିବାକୁ ଆହ୍ୱାନ ଦେଇଥିଲେ।କିନ୍ତୁ, ସମାବେଶ ସେପରି ଚର୍ଚ୍ଚିତ ନଥିଲା।ବିଜୟ ମହାପାତ୍ର ସମାବେଶରେ ଅନୁପସ୍ଥିତ ଥିଲେ।ବିଜୟଙ୍କୁ ବିଳମ୍ବରେ ଅର୍ଥାତ୍ ପୂର୍ବ ରାତିରେ ସୂଚନା ଦିଆଯିବାରୁ ସେ ଅପମାନିତ ଅନୁଭବ କରି ଅନୁପସ୍ଥିତ ରହିବା କୁହାଯାଉଛି।କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ଉପସଭାପତି ଭୁବନମୋହନ ଜେନା, ଜିଲ୍ଲା ସଭାପତି କିଶୋର ପଣ୍ଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍ ଦାଶ, ବିଜୟ ପ୍ରଧାନ, ଦୁର୍ଯ୍ୟୋଧନ ସାହୁ, ବିଷ୍ଣୁ ଦାଶ, ଉମାକାନ୍ତ ପଟ୍ଟନାୟକ, ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.