Home ଜିଲ୍ଲା ପରିକ୍ରମା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ସାଂସଦଙ୍କ ଆଲୋଚନା

ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ସାଂସଦଙ୍କ ଆଲୋଚନା

27

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ସାଂସଦଙ୍କ ଆଲୋଚନା ହୋଇଯାଇଛି । ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଓ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଂଜନ ମହାନ୍ତିଙ୍କ ମଧ୍ୟରେ ଧାମନଗରରେ ମଂଜୁର ହୋଇଥିବା କୋଚିଳା ବ୍ୟାରେଜ, ମଲ୍ଲିମାହାରା, ଗୌରାଙ୍ଗପୁର ଏସକେପ ଉପରେ ପୋଲ ନିର୍ମାଣ ଓ ତଳ ଅସ୍ତକ ଠାରେ ବୈତରଣୀ ବାମପାଶ୍ୱର୍ ନଦୀବନ୍ଧ ନିର୍ମାଣ ବିଷୟ ଆଲୋଚନା ହୋଇଥିଲା । ଏବଂ ଏଥିସହିତ ତିହିଡି ଅଂଚଳର ସାଳନ୍ଦୀ କେନାଲ ଡିଭିଜନ ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ଓ ଅଗ୍ରଗତି ବାବଦରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମୟରେ ସାଂସଦ ଶ୍ରୀମତୀ ମଣ୍ଡଳଙ୍କ ସହ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.