Home ଜିଲ୍ଲା ପରିକ୍ରମା ଜରାଜୀର୍ଣ୍ଣ ତୁଳସୀପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା

ଜରାଜୀର୍ଣ୍ଣ ତୁଳସୀପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା

1

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ସରସଦା ପଂଚାୟତ ତୁଳସୀପୁରକୁ ନିର୍ମାଣ କରାଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତାଟି ପାଖାପାଖି ଦୁଇ ବର୍ଷ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ସାହାରାଗଡିଆ ଛକ ଠାରୁ ତୁଳସୀପୁର ଗାଁ ଦେଇ ରଣାଡ଼ିହ ଅତିକ୍ରମ କରି ବରଦା ବଜାରକୁ ଉକ୍ତ ରାସ୍ତାଟି ସଂଯୋଗ ହୋଇଛି। କିଛିବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତାର ଅର୍ଦ୍ଧାଧିକ ଭାଗ କଂକ୍ରିଟ ନିର୍ମାଣ ହୋଇଥିବା ବେଳେ ଆଉ ଅଧେ ପିଚ ନିର୍ମିତ ହୋଇଥିଲା। ଇତିମଧ୍ୟରେ ରାସ୍ତା ମରାମତି ସମୟସୀମା ମଧ୍ୟ ଶେଷ ହୋଇଯାଇଛି।୨୦୨୫ ମସିହା ଜାନୁଆରୀ ମାସରୁ ଯୋଜନା ମୁତାବକ ରାସ୍ତା ରକ୍ଷଣାବେକ୍ଷଣ ବାବଦରେ ବଳକା ଅର୍ଥ ଖର୍ଚ୍ଚ ସରିଛି। ଏହାପରେ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଆଉ ରାସ୍ତା ମରାମତି ହେଉନାହିଁ। ବିଶେଷ କରି ଏବେ ରଣାଡ଼ିହ ଠାରୁ ବରଦା ବଜାର ପୂର୍ତ ବିଭାଗ ରାସ୍ତା ଯାଏଁ ଏହି ପଥ ବିପଦ ସଂକୁଳ ପାଲଟିଛି। ପିଚ, ବଜୁରୀ ଓ ମେଂଟାଲ ଉଠିଯାଇଥିବା ବେଳେ ବାଇକ ଓ ସାଇକେଲରେ ଯିବା କଷ୍ଟକର ହୋଇପଡୁଛି। ଦୈନିକ ଶହ ଶହ ଗ୍ରାମବାସୀ ଗମନାଗମନ ପାଇଁ ଯନ୍ତ୍ରଣା ଭୋଗୁଛନ୍ତି। ଗ୍ରାମରୁ ଭଣ୍ଡାରିପୋଖରୀ ପାର୍ଶ୍ୱକୁ ଯିବାପାଇଁ ସାମାନ୍ୟ ସହଜ ହେଉଥିବା ବେଳେ ସରସଦାକୁ ଯାତାୟାତ ପାଇଁ ଲୋକେ କଂଟକିତ ପଥ ଅତିକ୍ରମ କରୁଛନ୍ତି। ତେଣୁ ରାସ୍ତାର ନବୀକରଣ କାର୍ଯ୍ୟ ପାଇଁ ଗ୍ରାମବାସୀ ମାନେ ଦୃଢ଼ ଦାବି କରିଛନ୍ତି। ଏନେଇ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ରଞ୍ଜନ ନାୟକ ଙ୍କ ମତାମତ ନେବାରୁ ରାସ୍ତା ମରାମତି ବାବଦରେ ପ୍ରସ୍ତାବ ରହିଥିବା କହିଛନ୍ତି। ଅର୍ଥ ଆସିଲେ ଖୁବଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.