Home ଆନ୍ତର୍ଜାତୀୟ ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ବ୍ୟାଙ୍ଗକକରେ ମୋଦିଙ୍କ ଉଦବୋଧନ

ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ବ୍ୟାଙ୍ଗକକରେ ମୋଦିଙ୍କ ଉଦବୋଧନ

216

ନୂଆଦିଲ୍ଲୀ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଏବେ ଥାଇଲାଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଥାଇଲାଣ୍ଡ ଯାଇ ଏବେ ବ୍ୟାଙ୍ଗକକରେ ମୋଦି ପହଞ୍ଚିଛନ୍ତି। ଗତକାଲି ସେଠାରେ ପହଞ୍ଚିବା ପରେ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ମୋଦି ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଛେଦ ପ୍ରସଙ୍ଗ କହିବା ସହ, ଅସମ୍ଭବ ମନେ ହେଉଥିବା କାର୍ଯ୍ୟକୁ ତାଙ୍କ ସରକାର ସମ୍ଭବ କରିଛନ୍ତି ବୋଲି ସେ କହିଛନ୍ତି। ଯେତେବେଳେ ଠିକ୍‌ ନିଷ୍ପତ୍ତି ନିଆଯାଇଥାଏ, ସେତେବେଳେ ଏହା ସାରା ବିଶ୍ୱରେ ପ୍ରତିଧ୍ୱନିତ ହୁଏ। ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ଆଉ ବିଛିନ୍ନତାବାଦର ମଞ୍ଜି ବୁଣାଯାଉଥିଲା। ଏହାକୁ ସବୁଦିନ ପାଇଁ ବନ୍ଦ କରିବାକୁ ସରକାର ୩୭୦ ଧାରାର ଉଛେଦର ନିଷ୍ପତ୍ତି ନେଇଥିଲେ। ଏହା ପରେ ଲୋକେ ଛିଡା ହୋଇ ମୋଦିଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା। ଲୋକଙ୍କର ଏହି ଜୟଗାନ ଭାରତର ସଂସଦ ଓ ସାଂସଦଙ୍କ ପାଇଁ ବୋଲି ମୋଦି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.