Home ଓଡ଼ିଶା ଗୁଜୁରାଟ ଉପକୂଳ ଆଡକୁ ଅଗ୍ରସର ହେଉଛି ‘ମାହା’

ଗୁଜୁରାଟ ଉପକୂଳ ଆଡକୁ ଅଗ୍ରସର ହେଉଛି ‘ମାହା’

1507

ନୂଆଦିଲ୍ଲୀ, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଧିରେ ଧିରେ ପାଖେଇ ଆସୁଛି ଆରବ ସାଗରରେ ସୃଷ୍ଟି ବାତ୍ୟା ‘ମାହା’। ସମୁଦ୍ରପଥରେ ଏବେ ଗୁଜୁରାଟ ଉପକୂଳ ଆଡକୁ ଗତି କରୁଛି ‘ମାହା’। ତେବେ ଆଜି ବାତ୍ୟା ‘ମହା’ ନେଇପାରେ ଭେରି ସିଭିୟର ସାଇକ୍ଲୋନିକ୍‌ଷ୍ଟ୍ରର୍ମର ରୂପ। ଏବେ ୬ ଘଣ୍ଟଟା ମଧ୍ୟ ରେ ୧୧ କିମି ବେଗରେ ମାହା ଗତି କରୁଛି। ଡିଉ ଠାରୁ ୫୭୦ କିଲୋମିଟର ଦୂରରେ ରହିଛି। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ବାତ୍ୟା ପ୍ରଭାବରେ ଗୁଜୁରାଟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ଲାଗି ରହିବ। ଗୁଜରାଟ ଓ ଉତ୍ତର ମହାରାଷ୍ଟ୍ରର ଉପକୂଳରେ ତାଣ୍ଡବ ରଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.