Home କୋରାପୁଟ ସ୍ଥାନୀୟ ଠିକାଦାରଙ୍କୁ ଠିକାକାମ ଦେବା ଦାବିରେ ଆନ୍ଦୋଳନ

ସ୍ଥାନୀୟ ଠିକାଦାରଙ୍କୁ ଠିକାକାମ ଦେବା ଦାବିରେ ଆନ୍ଦୋଳନ

201

କୋରାପୁଟ ୧୫-୦୨ (ଓଡିଆ ପୁଅ/ରଂଜନ କୁମାର ଦାସ) ନାଲକୋର ସମ୍ପ୍ରସାରଣ ପ୍ରକଳ୍ପରେ ସ୍ଥାନୀୟ ଠିକାଦାରଙ୍କୁ କାମ ଦେବାକୁ ଦାବି କରି ଲୋକାଲ୍ ପ୍ରଜେକ୍ଟ କଣ୍ଟ୍ରାକ୍ଟର ଏସୋସିଏସନ, ଏଲଡିପି ଓ ଏଲଏପିଏସ୍ ସଂଘ ଦାବି କରି ଆନ୍ଦୋଳନ ଚଲାଇଛି। ନାଲକୋ ଦ୍ୱାରା ଫର୍ନେଶ୍ ଫେବ୍ରିକା ଇଣ୍ଡିଆ ଲିମିଟେଡ୍ ନାମକ ଏକ କମ୍ପାନୀକୁ ପ୍ରାୟ ୨୦୦ କୋଟି ଟଙ୍କାର କାମ ମିଳିଛି। ଉକ୍ତ କାମକୁ ଫର୍ନେଶ ଫେବ୍ରିକା ଠାରୁ ଲୋକାଲ ପ୍ରଜେକ୍ଟ କଂଟ୍ରାକ୍ଟର ଏସୋସିଏସନ ସବ-କଂଟ୍ରାକ୍ଟ ନେବାକୁ ଚାହିଁଥିଲା କିନ୍ତୁ ଉକ୍ତ କମ୍ପାନୀ ଏମ୍.ବି.କମ୍ପାନୀ ନାମକ ଅନ୍ୟ ଏକ ସ୍ଥାନୀୟ ଠିକା ସଂସ୍ଥାକୁ ଦେଇଛି। ଫଳରେ ଅନେକ ଠିକାଦାର କାମ କରିବାରୁ ବଂଚିତ ହୋଇଥିବାବେଳେ ନାଲକୋ ପାଇଁ ବିସ୍ଥାପୀତ ହୋଇଥିବା ଶହ ଶହ ପରିବାର କାମ କରିବାର ସୁଯୋଗ ପାଇ ନାହାନ୍ତି। ତେଣୁ ଉକ୍ତ କାମ ଏମ୍.ବି.କମ୍ପାନୀ ଠାରୁ ଛଡାଇ ଲୋକାଲ୍ ପ୍ରଜେକ୍ଟ କଂଟ୍ରାକ୍ଟର ଏସୋସିଏସନକୁ ଦେବାକୁ ଦାବି କରା ଯାଇଛି। ପରେ ନାଲକୋ ପ୍ରସାସନ ଉଭୟ ପକ୍ଷଙ୍କୁ ଡାକି କାମ ବାଂଟି ନେଇ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ନାଲକୋ ଠାରୁ ଠିକା ନେଇଥିବା ଫର୍ନେଶ୍ ଇଣ୍ଡିଆ ତାହା ପାଳନ ନକରି ଏମ୍.ବି.କମ୍ପାନୀକୁ କାମ କରାଉଛି ବ ତେଣୁ ଏହାର ପ୍ରତିବାଦ କରି ଲୋକାଲ୍ ପ୍ରଜେକ୍ଟ କଂଟ୍ରାକ୍ଟର ସଂଘ, ଜମିହରା ସଂଘ ସଦସ୍ୟ ମାନେ ନାଲକୋ ଗେଟ୍ ସମୁଖରେ ଧାରଣା ଦେଇଥିବାବେଳେ କିଛି ସମୟ ପାଇଁ ମାଇନସ୍ ରାସ୍ତା ଅବରୋଦ୍ଧ କରି ରଖିଥିଲେ। ମାଇନସ୍ ରାସ୍ତା ଅବରୋଦ୍ଧ ଯୋଗୁଁ ବିଳମ୍ବରେ ନାଲକୋ କର୍ମଚାରୀ ଡ୍ୟୁଟିକୁ ଯାଇଥିଲେ। ଲୋକାଲ ପ୍ରଜେକ୍ଟ କଣ୍ଟ୍ରାକ୍ଟର ଏସୋସିଏସନ ସଭାପତି କିଶୋର କୁମାର ଚେଟ୍ଟୀ, ସମ୍ପାଦକ ମୀନ ପାଙ୍ଗି, ଏଲଡିପି ସଂଘ ସଭାପତି ଭୀମ ମୁଦୁଲି, ପେରିଫେରିଆ୍ ଭିଲେଜ ସଭାପତି ମିହିର କୁଳଦୀପ, ଭୀମ ଖୀଲ ପ୍ରମୁଖଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେଉଛି। ତେବେ ନାଲକୋ ଓ ଜିଲା ପ୍ରଶାସନ ତୂରନ୍ତ ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.