Home ଜିଲ୍ଲା ପରିକ୍ରମା ଜମିଦାର ସାମନ୍ତ ବଂଶର ଶେଷ ଦାୟଦ ରାଧାପଙ୍କଜ ଦାସଙ୍କ ପରଲୋକ

ଜମିଦାର ସାମନ୍ତ ବଂଶର ଶେଷ ଦାୟଦ ରାଧାପଙ୍କଜ ଦାସଙ୍କ ପରଲୋକ

72

ବାଲେଶ୍ୱର, ୩୧-୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସୁନହଟ ଅଞ୍ଚଳର ଜମିଦାର ସାମନ୍ତ ବଂଶର ଶେଷ ଦାୟଦ ସାମନ୍ତ ରାଧାପଙ୍କଜ ଦାସଙ୍କର ଶୁକ୍ରବାର ଦିନ ଦେହାନ୍ତ ହୋଇଯାଇଛି। ଶୁକ୍ରବାର ଦିନ ସକାଳେ ବାଥରୁମ୍ ଯାଇଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ମୀନତି ଦେବୀ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଯିବା ପରେ ସହର ସମେତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ୟକ୍ତି ସୁନହଟ ବାସଭବନରେ ପହଞ୍ଚି ଶେଷଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବନ୍ଧୁବର୍ଗ ଓ ଜ୍ଞାତିକୁଟୁମ୍ବଙ୍କ ଉପସ୍ଥିତିରେ ସାମନ୍ତ ବଂଶର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜମିଦାର ସାମନ୍ତ ଫକବାବୁଙ୍କ ପୌତ୍ର ତଥା ସାମନ୍ତ ରାଧାପ୍ରସନ୍ନ ଦାସଙ୍କର ସେ ଥିଲେ ଶେଷ ପୁତ୍ର। ୧୯୪୬ ମସିହାରେ ପିତା ରାଧାପ୍ରସନ୍ନ ଦାସ ତଥା ମାତା ସାବିତ୍ରୀ ଦେବୀଙ୍କ ଔରସରୁ ସେ ଜନ୍ମଗ୍ରହଣ କରିଥିଲେ। ସେ ବିଦେଶରେ ଉଚ୍ଚଶିକ୍ଷା ଗ୍ରହଣ ସହ ଲଣ୍ଡନରେ ବିଜିନେସ ମ୍ୟାନେଜମେଣ୍ଟ ପଢ଼ିଥିଲେ। ୧୯୭୨ ମସିହାରେ ମୀନତି ଦେବୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ତାଙ୍କର ଦୁଇ ବିବାହିତା କନ୍ୟା ଏବେ ବିଦେଶରେ ରହୁଛନ୍ତି। ୧୯୮୪ ମସିହାରେ ବିଲାତରୁ ଫେରି ସେ ସୁନହଟ ବାସଭବନରେ ବସବାସ କରୁଥିଲେ। ଜଣେ ପରୋପକାରୀ, ସଂସ୍କୃତିପ୍ରିୟ ତଥା ଧର୍ମର୍ପରାୟଣ ବ୍ୟକ୍ତିତ୍ୱ ଭାବେ ତାଙ୍କର ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.