Home ଓଡ଼ିଶା ପର୍ଯ୍ୟଟକ ଶୂନ୍ୟ ସ୍ୱର୍ଣ୍ଣାଭ ବେଳାଭୂମୀ

ପର୍ଯ୍ୟଟକ ଶୂନ୍ୟ ସ୍ୱର୍ଣ୍ଣାଭ ବେଳାଭୂମୀ

78

ପୁରୀ, ୩୦/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଯେଉଁ ସ୍ୱର୍ଣ୍ଣାଭ ବେଳାଭୂମୀ ଗହଳି ଚହଳି ରେ ଫାଟି ପଡୁଥିଲା ଆଜି ତାହା ସଂପୂର୍ଣ୍ଣ ଖାଁ ଖାଁ ହୋଇପଡିଛି। କରୋନା ମହାମାରୀ ଯୋଗୁଁ ପୁରୀ ସହରକୁ ବସ ଚଳାଚଳ ଓ ଟ୍ରେନ ଚଳାଚଳ ଦୀର୍ଘ ୫ ମାସ ଧରି ବନ୍ଦ ହୋଇ ରହିଛି। ଏହି ପର୍ଯ୍ୟଟନ କ୍ଷେତ୍ର କୁ ଦୈନଦିନ ଲକ୍ଷାଧିକ ଲୋକ ଟ୍ରେନ ଓ ବସ ଯୋଗେ ପୁରୀ ସହରକୁ ଆସିଥାନ୍ତି। କିନ୍ତୁ ବସ ଓ ଟ୍ରେନ ବନ୍ଦ ଥିବା ଯୋଗୁଁ ପର୍ଯ୍ୟଟକ ଙ୍କ ଆଗମନ ସଂପୂର୍ଣ୍ଣ ଠଫ ହୋଇଯାଇଛି। ବେଳାଭୂମୀ ରେ ପର୍ଯ୍ୟଟକ ମାନେ ଆସି ଆନନ୍ଦ ଉପଭୋଗ କରିବା ସହ ସମୁଦ୍ର ରେ ସ୍ନାନ ର ମଜା ଉଠାଉଥିଲେ। କିନ୍ତୁ ଆଜି ତାହା ଆଉ ଦେଖାଯାଉ ନାହିଁ। ବେଳାଭୂମୀ ଅଂଚଳରେ ଥିବା ବିଭିନ୍ନ ହୋଟେଲ ଗୁଡିକ ବନ୍ଦ ରହିଛି। ସେହିପରି ବେଳାଭୂମୀ ଉପରେ ନିର୍ଭର କରି ଶହ ଶହ ବିଭିନ୍ନ ପ୍ରକାର ବ୍ୟବସାୟୀ ନିଜର ଜୀବନ ଜୀବୀକା ପାଇଁ ଅର୍ଥ ଉପାର୍ଜନ କରୁଥିଲେ। ସେଗୁଡିକ ମଧ୍ୟ ସଂପୂର୍ଣ୍ଣ ଠଫ ହୋଇଯାଇଛି। ସେମାନଙ୍କର ଜୀବନ ଓ ଜୀବୀକା ଉପରେ ଅର୍ଥନୈତିକ ପ୍ରଭାବ ପଡିଛି। ସେମାନେ ସେମାନଙ୍କର ରୋଜଗାର ହରାଇ ବସିଛନ୍ତି। ସେହିପରି ପର୍ଯ୍ୟଟକ ଙ୍କର ଯାତାୟାତ ପାଇଁ ଟ୍ୟାକ୍ସି ଏକ ମାଧ୍ୟମ ଥିଲା। କିନ୍ତୁ ଦୀର୍ଘ ୫ ମାସ ଧରି ପର୍ଯ୍ୟଟକ ଆସୁନଥିବା ଯୋଗୁଁ ଟ୍ୟାକ୍ସି ମାଲିକ ଓ ଚାଳକ ସେମାନେ ମଧ୍ୟ ଆର୍ଥିିକ ଦୁର୍ଦ୍ଦଶା କୁ ସାମ୍ନା କରୁଛନ୍ତି। କେବେ ଟ୍ରେନ ଓ ବସ ଚଳାଚଳ କରିବ ସେହିଦିନ କୁ ସମସ୍ତେ ଅନାଇ ବସିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.