Home ଓଡ଼ିଶା ଜବର ଦଖଲ କାରୀଙ୍କ କବଳରେ ମାଲକାନଗିରି,ଆଦିବାସୀଙ୍କ ପଟ୍ଟାଜମିକୁ ଅଣ ଆଦିବାସଙ୍କ ଜବର ଦଖଲ ଅଭିଯୋଗ

ଜବର ଦଖଲ କାରୀଙ୍କ କବଳରେ ମାଲକାନଗିରି,ଆଦିବାସୀଙ୍କ ପଟ୍ଟାଜମିକୁ ଅଣ ଆଦିବାସଙ୍କ ଜବର ଦଖଲ ଅଭିଯୋଗ

104

ମାଲକାନଗିରି,୧ା୩(ଓଡିଆ ପୁଅ ) ଗରିବ ଭୁମିହିନ ଲୋକଙ୍କ ପାଇଁ ରାଜ୍ୟସରକାର ମୋ ଜମି ମୋ ଡିହ ଯୋଜନାରେ ଜମି ଯୋଗାଇ ଦେଇଛନ୍ତି । ହେଲା ସେ ଜମିକୁ ଆଦିବାସୀ ମାନଙ୍କ ବଦଳରେ ଅଣିଆଦିବାସୀ ଜବର ଦଖଲ ସହ ସେଠାରେ କୋଠାବାଡୀ କରି ଅନ୍ୟଲୋକଙ୍କୁ ଭଡାଦେଇ ବେସଲାଭବାନ ହେଉଥିବା ବେଳେ ବିଚରା ଗରିବ ଆଦିବାସୀ ମୁଣ୍ଡଗୁଜିଂବା ପାଇଁ ଘରଟିଏ କରି ପାରୁନାହିଁ । ଏମିତି ଘଟଣା ଦେଖିବାକୁ ମିଳିଛିି ମାଲକାନଗିରି ଜିଲ୍ଲାସ୍ଥ କାଲିମେଳା ତହସିଲ ଅଚଂଳରେ । ଆଦିବାସୀ ଜମିକୁ ହଡପକରିବା ରେ ଅଣଆଦିବାସୀ ଙ୍କୁ ଖୋଦ ତହସିଲର କିଛି କର୍ମଚାରୀ ସହ ଯୋଗକରିଥିବାର ଅଭିଯୋଗ ହୋଇଛି । ସୁଚନା ଯୋଗ୍ୟ ଯେ ଗତ ୨୦୦୩ ମସିହାରେ ସରକାରଙ୍କ ମୋ ଜମି ମୋ ଡିହ ଯୋଜନାରେ କାଲିମେଳା ପୋତାଖାଲ ମୈାଜା ମୁଖ୍ୟରାସ୍ତା ପାଶ୍ୱର୍ରେ ଗଙ୍ଗାକବାସୀ, ଇର୍ମା କବାସୀ,ଲୋକନାଥ ନାୟକ,ଶିରିସା କବାସୀ,ଜଗାମାଡକାମୀ,ଶୁକ୍ରା ମାଡି,ଗଙ୍ଗା ମାଡକାମୀ,ଭୀମା ପଡିଆମୀ ଙ୍କ ସହ ୩୨ଜଣ ଗରିବଲୋକଙ୍କୁ ୩ସେଟଂ ଲେଖାଏ ଘରବାରି ପଟ୍ଟା ଦିଆଯାଇଥିଲା । ଘରପଟ୍ଟା ପାଇଥିବା ଆଦିବାସୀ ଲୋକେ ଅର୍ଥଅଭାବରୁ ଘର ତିଆରି କରିପାରିନଥିବାରୁ ସେହି ସ୍ଥାନରେ ହରିପଦ ମିସ୍ତ୍ରୀ,ଅଶୋକ ମିସ୍ତ୍ରୀ,ମିନାକେତନ,ସୁଖଲା ବାଗଚି,ନିହାର ବାଗଚି,ପୁଲିନ ସାନା ନାମକ ବଙ୍ଗୀୟ ଭାଷା ଭାଷୀ ଅଣଆଦିବାସୀ ଜବର ଦଖଲ ସହ କୋଠାନିର୍ମାଣ କରିଦେଇଥିବାରୁ ଜମିପଟ୍ଟା ପାଇଥିବା ଆଦିବାସି ଲୋକମାନେ ଘର କରିନପାରି ତହସିଲ,ଜିଲ୍ଲାପାଳ ଅଫିସକୁ ବାରମ୍ବାରା ଦୌଡି ଦୌଡି ନୟାନ୍ତ ହେଲେଣି । ଏହି ଅଣଆଦିବାସୀ ଙ୍କୁ ଜବର ଦଖଲରେ କାଲିମେଳା ତହସିଲର ଅତିରିକ୍ତ ରାସ୍ୱନୀରିକ୍ଷକ ପ୍ରଦୀପ ରଥ,ସୁପରଭାଇଜର ଆର.ପଟନାୟକ,କିରାଣୀ ଦିବ୍ୟସିଂ ପାଇକରାୟ ବଙ୍ଗୀୟ ଭାଷାଭାଷି ଜବରଦଖଲ କାରୀଙ୍କ ଠାରୁ ଉତ୍କୋଚନେଇ ସେମାନଙ୍କ ନାମରେ ଏହି ସଡକ ପାଶ୍ୱର୍ ମୁଲ୍ୟବାନ ଜମିଗୁଡିକୁ ଜବରଦଖଲ କେସ କରି କୋଠାନିର୍ମାଣରେ ସହ ଯୋଗ କରିଛନ୍ତି,ପଟ୍ଟାପାଇଥିବା ଆଦିବାସୀ ଙ୍କ ଜମି କୁ ଅଣଆଦିବାସୀ ମାନଙ୍କ ନାମରେ କିପରି ଏନକ୍ରୋଚମେଟଂ କେସ କରାଗଲା ସନ୍ଦେହଘରକୁ ଆସିଛି,ଏହାର ବିଧିବଦ୍ଧଭାବେ ତଦନ୍ତ କରିବା ପାଇଁ ଜମିପଟ୍ଟାପାଇଥିବା ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ପ୍ରତି ଜିଲ୍ଲାପ୍ରଶାସନ ଗୁରତ୍ୱ ଦେଉନଥିବାରୁ ପଟ୍ଟାପାଇଥିବା ଆଦିବାସୀ ମାନେ ବାଧ୍ୟହୋଇ ରାଜ୍ୟପାଳ,ମୁଖ୍ୟଶାସନ ସଚିବ,ଦକ୍ଷୀଣାଚଂଳ ରାଜସ୍ୱ କମିଶନର ,ଜିଲ୍ଲାପାଳ ପ୍ରମୁଖ ଙ୍କୁ ଜଣାଇଛନ୍ତି ଏହାର ତଦନ୍ତକରି ଗରିବ ଆଦିବାସୀଙ୍କ ଜମିକୁ ଫେରାଇ ଦେବାପାଇଁ । କେବଳ କାଲିମେଳା ତହସିଲ ଅଧିନରେ ଏପରି ହୋଇନାହିଁ ଜିଲ୍ଲାସଦର ମହକୁମା ସହିତ ଅନ୍ୟାନ ତହସିଲ ଅଧିନରେ ଶହ ଶହ ଏକର ପତିତ,ଗୋଚର, ଜଙ୍ଗଲଜମି ଓ ଆଦିବାସୀଙ୍କ ଜମିକୁ ଅଣଆଦିବାସୀ ମାନେ ଜବର ଦଖଲ ସହ କୋଠାବାଡି ନିର୍ମାଣ କରି ମାଲେ ମାଲ ହେଉଥିବା ବେଳେ ବିଚରା ଗରିବ ଲୋକେ ମୁଣ୍ଡଗୁଜିଂବା ପାଇଁ କୁଡିଆଘରଟିଏ କରିପାରୁନାହାଁନ୍ତି , ବିଶେଷ କରି ମାଲକାନଗିରି ଜିଲ୍ଲାସଦର ମହକୁମା ଡିଏନକେ ଟେକ ବାଡିରେ ସାପ୍ତାହିକ ହାଟ ନାମରେ କିଛି ବ୍ୟବସାୟୀ ହାଟଚାଳିଆ କରି ଜବର ଦଖଲ କରିଥିଲେ , ହାଟଟି ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଗଲାପରେ ସେହି ଚାଳିଆ ସ୍ଥାନରେ ବଡବଡ କୋଠା ନିର୍ମାଣକରି ଏବେ ବେସ ଆରାମରେ ଜବରଦଖଲ ରେ ଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟିପଡୁନାହିଁ । ଧିରେ ଧିରେ ମାଲକାନଗିରି ଜିଲ୍ଲା ଜବରଦଖଲ କାରୀଙ୍କ କବଳକୁ ଚାଲିଯାଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ନିରବଦ୍ରଷ୍ଟା ସାଜିଥିବାରୁ ସେମାନଙ୍କ କାର୍ଯ୍ୟପ୍ରତି ସ୍ଥାନୀୟ ଅଦିବାସୀମାନେ ସନ୍ଦେହ କରିବା ସହ ଆଙ୍ଗୁଳିନେର୍ଦ୍ଦେଶ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.