Home ଓଡ଼ିଶା ବିଜେପି ଛାଡ଼ିଲେ ବଙ୍ଗଳା ଅଭିନେତ୍ରୀ, କହିଲେ- ମୁଁ ସେହି ପାର୍ଟିରେ ରହିପାରିବି ନାହିଁ ଯେଉଁଥିରେ କପିଲ...

ବିଜେପି ଛାଡ଼ିଲେ ବଙ୍ଗଳା ଅଭିନେତ୍ରୀ, କହିଲେ- ମୁଁ ସେହି ପାର୍ଟିରେ ରହିପାରିବି ନାହିଁ ଯେଉଁଥିରେ କପିଲ ମିଶ୍ରା ଏବଂ ଅନୁରାଗ ଠାକୁର ଅଛନ୍ତି

425

କୋଲକାତା ୧-୩ (ଓଡ଼ିଆ ପୁଅ) : ବଙ୍ଗାଳୀ ଅଭିନେତ୍ରୀରୁ ରାଜନେତା ବନିଥିବା ସୁଭଦ୍ରା ମୁଖାର୍ଜୀ ଦିଲ୍ଲୀ ହିଂସା ପରେ ଭାରତୀୟ ଜନତା ପାର୍ଟିରୁ ଇସ୍ତପା ଦେଇଛନ୍ତି। ସେ କହିଲେ ଯେ, ସେ ସେହି ପାର୍ଟିରେ ରହିପାରିବେ ନାହିଁ, ଯେଉଁଥିରେ କପିଲ ମିଶ୍ରା ଏବଂ ଅନୁରାଗ ଠାକୁର ପରି ନେତା ଅଛନ୍ତି। ସୁଭଦ୍ରା ମୁଖାର୍ଜୀ, ବଙ୍ଗାଳୀ ସିନେମା ଏବଂ ଟେଲିଭିଜନ୍ ଧାରାବାହିକରେ କାମ କରିଛନ୍ତି।

ସୁଭଦ୍ରା ମୁଖାର୍ଜୀ ଶୁକ୍ରବାରଦିନ ଭାରତୀୟ ଜନତା ପାର୍ଟି ଛାଡ଼ି ଦେଇଛନ୍ତି। ଏହି କଥା ରବିବାରଦିନ ସାମନାକୁ ଆସିଛି। ସେ ପାର୍ଟିର ରାଜ୍ୟ ପ୍ରମୁଖ ଦିଲୀପ ଘୋଷଙ୍କୁ ନିଜର ଇସ୍ତପା ପଠାଇଦେଇଛନ୍ତି। ସୁଭଦ୍ରା ମୁଖାର୍ଜୀ କହିଛନ୍ତି ସେ ବହୁତ ଆଶାରଖି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। କିନ୍ତୁ ନିକଟରେ ହୋଇଥିବା ଘଟଣାକ୍ରମ ତାଙ୍କୁ ଦୁଃଖିତ କରିଛି। ଯାହା ଦେଖାଯାଉଛି ଯେ, ଭାରତୀୟ ଜନତା ପାର୍ଟି ନିଜର ବିଚାରଧାରାରୁ ଦୂରକୁ ଯାଉଛି।

ସେ କହିଛନ୍ତିଯେ, ସେ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ସାଥିରେ ଥିଲେ, ଯାହା ନରେନ୍ଦ୍ର ମୋଦୀ ସରକାର ସଂସଦରେ ପାରିତ କରିଛନ୍ତି, କିନ୍ତୁ ଏହାକୁ ଭାରତୀୟ ଜନତା ପାର୍ଟି ଯେଉଁପରି ଭାବରେ ବ୍ୟବହାର କରୁଛି ତାକୁ ନେଇକରି ଏବେ ସେ ବିରୋଧ କରୁଛନ୍ତି।

ସେ କହିଲେ, “ସେମାନେ ସମ୍ପୂର୍ଣ୍ଣ ଦେଶରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଆମ ସମସ୍ତଙ୍କୁ ଏତେ ବର୍ଷ ପରେ ସ୍ୱତନ୍ତ୍ର ଭାରତରେ ନିଜର ନାଗରିକତା ପ୍ରମାଣିତ କରିବା ପାଇଁ ନିଜର କାଗଜପତ୍ର କ’ଣ ପାଇଁ ଦେଖାଇବା ଆବଶ୍ୟକ।” ସୁଭଦ୍ରା ମୁଖାର୍ଜୀ କହିଲେ କି ଦିଲ୍ଲୀ ହିଂସା ଶେଷରେ ମୋତେ ବାଧ୍ୟ କରିଥିଲା କି ସେହି ପାର୍ଟି ସହିତ ରହିପାରିବେ ନାହିଁ।

ସୂଚନାଯୋଗ୍ୟଯେ, ଦିଲ୍ଲୀ ହିଂସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୩ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅନେକଙ୍କର ଅବସ୍ଥା ଗୁରୁତର ଅଛି। ଅଭିନେତ୍ରୀ କହିଲେ, “ମାହୌଲ ଘୃଣାପୂର୍ଣ୍ଣ। ଅନୁରାଗ ଠାକୁର ଏବଂ କପିଲ ମିଶ୍ରା ପରି ପାର୍ଟି ନେତାମାନଙ୍କ ବିରୁଦ୍ଧରେ ତାଙ୍କର ଉତ୍ତେଜନାପୂର୍ଣ୍ଣା ଭାଷଣ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ। ମୁଁ ଏପରି ପାର୍ଟିରେ କିପରି ରହିପାରିବି? ଯିଏ କାର୍ଯ୍ୟାନୁଷ୍ଠାନ ବାଛି ବାଛି କରିବ?”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.