Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଚଂଳର ଗୋଟିଏ ପରିବାରର ୬ଜଣ ଜନ୍ମାନ୍ଧ ପିଲାଙ୍କୁ ଚିକିତ୍ସା ପାଇଁ ଜିଲ୍ଲାପ୍ରଶାସନ ସହାୟତାର ହାତବଢାଇଲା

ସ୍ୱାଭିମାନ ଅଚଂଳର ଗୋଟିଏ ପରିବାରର ୬ଜଣ ଜନ୍ମାନ୍ଧ ପିଲାଙ୍କୁ ଚିକିତ୍ସା ପାଇଁ ଜିଲ୍ଲାପ୍ରଶାସନ ସହାୟତାର ହାତବଢାଇଲା

141

ମାଲକାନଗିରି,୧ା୩(ଓଡିଆ ପୁଅ ) ଶୁକ୍ରବାର ଦିନ ସ୍ୱାଭିମାନ ଅଚଂଳରେ ଜିଲ୍ଲାପ୍ରଶାସନ ପକ୍ଷରୁ ଥିଲା ମହାସମାଧାନ ଶିବିର, ସେହି ଶିବିରକୁ ଜଣେ ଆଦିବାସୀ ଦମ୍ପତି ନିଜର ୬ଟି ଜନ୍ମାନ୍ଧ ପିଲାଙ୍କୁ ନେଇ ଆସି ସେମାନଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଥିଲେ । ପାପରମେଟଲା ପଚାଂୟତ ସ୍ୱାଭିମାନ ଅଚଂଳ ଜାମଯାଡି ଆଦିବାସୀ ଗ୍ରାମର ଭିମାଖିଲ ଙ୍କ ୬ଟି ସନ୍ତାନ ଜନ୍ମରୁ ଅନ୍ଧ ହୋଇ ଜନ୍ମହୋଇଥିଲେ । ଭିମ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ଖଟିଖିଆ ଲୋକ ଘରକୁ ପତ୍ନୀ ରଇମତି ଓ ୬ଜଣ ଜନ୍ମାନ୍ଧ ପିଲାଙ୍କୁ ନେଇ ଦୁଃଖ କଷ୍ଟରେ ପରିବାର ଚଳାଉଥିବା ବେଳେ ସେମାନଙ୍କ ଚିକିତ୍ସା ପାଇଁ ପାଖରେ ଅର୍ଥ ନଥିବାରୁ ଡାକ୍ତରଖାନା ଯାଇନପାରି ପିଲାଙ୍କୁ ଘରେ ରଖି ବଇଦ ପାଖରୁ ନେଇ ଜଡି ବୁଟି ତୁଟୁକା ଔଷଦ ଦେଉଥିଲେ । ବଡ ଝିଅ କମଳା କୁ ୧୪ବର୍ଷ,ତାପରେ ଯଶୋଦା,ପୁଅ ସୁରେଶ,ବିଶ୍ୱନାଥ,ଝିଅ ପାବ ର୍ତୀ,ରମା ଦୁଇବର୍ଷ ଅନ୍ତରରେ ଜଣଙ୍କ ପରେ ଜଣେ ଜନ୍ମହେଲେ ସବୁଯାକ ପିଲା ଜନ୍ମାନ୍ଧ,ସ୍ୱାଭିମାନ ଅଚଂଳ ଜନତାପାଇ ଠାରେ ଚାଲିଥିବା ମହାସାମାଧନ ଶିବିରକୁ ଭୀମ ନିଜର ୬ଟି ପିଲାଙ୍କୁ ନେଇ ଆସିଥିଲେ , ସେ ଓ ତାଙ୍କ ପରିବାର ଦୀର୍ଘ୧୪ବର୍ଷ ହେଲା କିପରି ଜନ୍ମାନ୍ଧପିଲାଙ୍କୁ ଧରି ଚଳୁଛନ୍ତି ଦୁଃଖକାହାଣି ଜିଲ୍ଲାପାଳଙ୍କ ନିକଟରେ କହିଥିଲେ । ଭୀମ ଙ୍କ ଠାରୁ ତାଙ୍କ ଦୁଃଖ କାହାଣୀ ସୁଣିବା ପରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଭୀମ ଙ୍କୁ ୨୬ହଜାର ଟଙ୍କା ପ୍ରଦାନ କରିବାସହିତ ସମସ୍ତ ଜନ୍ମାନ୍ଧ ପିଲାଙ୍କୁ ମାଗଣାରେ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.