Home ଜିଲ୍ଲା ପରିକ୍ରମା ଜବରଦଖଲ କାରୀଙ୍କ କବ୍‌ଜାରେ ବହୁପୁରତନ ନୀଳକଠେଂଶ୍ୱର ମହାଦେବ ମନ୍ଦିର

ଜବରଦଖଲ କାରୀଙ୍କ କବ୍‌ଜାରେ ବହୁପୁରତନ ନୀଳକଠେଂଶ୍ୱର ମହାଦେବ ମନ୍ଦିର

42

ମାଲକାନଗିରି,୬ା୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସ୍ଥ ଚିତ୍ରକୋଣ୍ଡା ପାହଡ ଉପରେ ଥିବା ଚିତ୍ରକୋଣ୍ଡା ଗ୍ରାମବାସୀ,ବାଲିମେଳା ବୃହତ ମାଟିବନ୍ଧ ଯୋଜନାର ଶ୍ରମିକ ଓ ଅଧିକାରୀ ଙ୍କ ମିଳିତ ଉଦ୍ୟମରେ ଗତ୧୯୭୨ ମସିହାରେ ନୀଳକଠେଂଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଟା କରାଯାଇଥିଲା । ଏହି ମନ୍ଦୀର ର ି ପରିଚାଳନା ଦାଇତ୍ୱ ବାଲିମେଳା ମାଟିବନ୍ଧ ଯୋଜନାର ନିର୍ବାହି ଯନ୍ତ୍ରୀ ଙ୍କୁ ସଭାପତି ଭାବେ ନିଯୁକ୍ତି କରାଯାଇଥିଲା । ସେହି ଦିନଠାରୁ ବାଲିମେଳା ମାଟି ବନ୍ଧ ଯୋଜନାର ନିର୍ବାହି ଯନ୍ତ୍ରୀ ମନ୍ଦିର ପରିଚାଳନା ଦାଇତ୍ୱନେଇ ମନ୍ଦିରର ଉନ୍ନତି କରଣ କରିଚାଲିଥିଲେ ।ଗତ କିଛି ବର୍ଷହେଲା ଏହି ବହୁପୁରାତନ ମନ୍ଦିରଟି ଜବରଦଖଲ କାରୀଙ୍କ କବ୍‌ଜା କୁ ଚାଲିଯାଇଛି । କାହାରି ଅନୁମତି ନିଆ ନ ଯାଇ ବିଏସଏନଏଲ ସଂସ୍ଥା ମନ୍ଦିର ବେଢାରେ ଜବରଦସ୍ତ ମୋବାଇଲ ଟାଓ୍ୟାର ବସାଇବା ସହିତ ମନ୍ଦିର ପରିବେଷକୁ ଅପରିସ୍କାର ଅପିଛନ୍ନ କରୁଥିବାର ଅଭି ଯୋଗ ହେଉଛି । ଏହା ବ୍ୟତିତ ମାଟିବନ୍ଧ ଯୋଜନାର ବର୍ତମାନର ନିର୍ବାହିଯନ୍ତ୍ରୀ ମନ୍ଦିର ପରିଚାଳନା ଦାଇତ୍ୱନେଇଥିଲେ ମଧ୍ୟ ମନ୍ଦିରର ଉନ୍ନତିର କୌଣସି ପଦକ୍ଷେପ ନେଉ ନଥିବାରୁ ମନ୍ଦିର ଅବହେଳିତ ହୋଇପଡିଛି ।ମନ୍ଦିର ବେଢା ଙ୍ଗି ଭୁଷୁଡିଗଲାଣିତ ପାଚେରୀ ଓ ମନ୍ଦିର କାନ୍ଥ ଭାଙ୍ଗିଗଲାଣି । ଗତ ଶିବରାତ୍ରୀ ଉତ୍ସବ ସମୟରେ ମନ୍ଦିର କାନ୍ଥରେ ଚୁନ ଟିକିଏ ବି ଲଗାଗଲା ନାହିଁ । ତୁରନ୍ତ ଏବି ମନ୍ଦିର ପରିଚାଳନା ଦାଇତ୍ୱ ଠିକ ଲୋକଙ୍କୁ ଦିଆ ଯାଇ ମନ୍ଦିରଟିର ଉନ୍ନତି କରଣ କରିବା ପାଇଁ ଚିତ୍ରକୋଣ୍ଡା ଶିବମନ୍ଦିର ଆବାହକ ପ୍ରମୋଦ ଚନ୍ଦ୍ର ପାଢୀ ଦାବିକରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.