Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ଆରମ୍ଭ ହେଲା ଦ୍ୱତୀୟ ପର୍ଯ୍ୟାୟ କରୋନା ପ୍ରତିଷେଧକ ଟିକାକରଣ ,ଜିଲ୍ଲାପାଳ ଓ ଏସପି କରୋନା...

ଜିଲ୍ଲାରେ ଆରମ୍ଭ ହେଲା ଦ୍ୱତୀୟ ପର୍ଯ୍ୟାୟ କରୋନା ପ୍ରତିଷେଧକ ଟିକାକରଣ ,ଜିଲ୍ଲାପାଳ ଓ ଏସପି କରୋନା ଟିକା ନେଇ ଶୁଭାରମ୍ଭ କଲେ

34

ମାଲକାନଗିରି,୬ା୨ (ଓଡିଆ ପୁଅ) ବହୁଦିନର ପ୍ରତିକ୍ଷା ପରେ ଆଜି କରୋନା ଭୂତାଣୁ ବିରୋଧରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟରେ ଲଢେଇ,ଦ୍ୱତୀୟ ପର୍ଯ୍ୟାୟରେ ଜିଲ୍ଲାର ୫ଟି ସ୍ଥାନରେ କୋଭିଡ ଯୋଦ୍ଧାଙ୍କୁ ମିଳିବ କରୋନା ନିରାକରଣର ସଂଜିବନୀ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଯାଇଛି ଦ୍ୱିତୀୟ ପର୍ଯ୍ୟାୟର କରୋନା ପ୍ରତିଷେଧକ ଟିକାକରଣ । ଆଜି ସକାଳେ ଜିଲ୍ଲାଗ୍ରାମ ଉନ୍ନୟନ ସମ୍ମିଳନୀ ଗୃହରେ ସ୍ୱତନ୍ତ୍ର ଭାବେ ପ୍ରତିଷ୍ଟା କରାଯାଇଥିବା କରୋନା ଟିକାରଣ କାର୍ଯ୍ୟକ୍ରମରେ ପ୍ରଥମେ ଜିଲ୍ଲାପାଳ ଡଃ.ୟେଦୁଲା ବିଜୟ ଦ୍ୱିତୀୟରେ ଏସପି ରିଶିକେଶ ଡି ଖିଲାରୀ କୋଭିଡ ପ୍ରତିଷେଧକ ଟିକା ନେଇ ଏହି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ,ଏସପି ଙ୍କ ସହିତ ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ପିଡି ଡିଆରଡିଏ ବାଲମୁକୁନ୍ଦ ଭୂୟାଁ,ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପ୍ରଫୁଲକୁମାର ନନ୍ଦ,କୋଭିଡ ନୋଡାଲ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର,ଏପିଡି ମାନସ ମିଶ୍ର ଓ ଡାକ୍ତରଦଳ ଙ୍କ ସହ ଅନ୍ୟାନ ଡାକ୍ତର ସ୍ୱାସ୍ଥ୍ୟ ଅଧିକାରୀ ମାନେ ଅପସ୍ଥିତି ଥିଲେ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୫୨୯୦ ଜଣଙ୍କୁ ଟିକାକରଣ କରିବାପାଇଁ ନାମପଜିଂକରଣ ହୋଇଥିବା ବେଳେ ୩୩୫୨ଜଣ ଟିକାନେଇ ସାରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୮୩୦୧ଜଣ ଆଗଧାଡିର କୋଭିଡ ଯୋଦ୍ଧାଙ୍କ ନାମପଜିଂକରଣ ହୋଇସାରିଛି । କରୋନା ଟିକା ନେବାପରେ କୌଣସି ପାଶ୍ୱର୍ପ୍ରତିକ୍ରୀୟା ଦେଖା ଯାଉନାହିଁ, ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ଟିକାକରଣ କୁ ନେଇ ନାନାପ୍ରକାର ଗୁଜବ ସୃଷ୍ଟିହେଉଛି, ଏହି ଗୁଜବକୁ କେହି ବିଶ୍ୱାସ ନକରି କରୋନା ଭୟାବହତାରୁ ସୁରକ୍ଷିତ ରହିବା ପାଇଁ କୋଭିଡ ଟିକାନେବାକୁ ଆଗେଇ ଆସନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ବିଜୟ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଡିଆରଡିଏ,ଜିଲ୍ଲାସଦର ହସପିଟାଲ,ଏମଭି୩ ବିଏସଏଫ କ୍ୟାମ୍ପ,ଏସଡିପିଓ କାର୍ଯ୍ୟାଳୟ, ମାଥିଲି,କାଲିମେଳା ହସପିଟାଲ ୫ଟି ସ୍ଥାନରେ ଆଗଧାଡିର କୋଭିଡ ଯୋଦ୍ଧା ପୁଲିସ,ରାଜସ୍ୱବିଭାଗ,ବିଭିନ୍ନ ସରକାରି କର୍ମଚାରୀ ଙ୍କୁ ଟିକାକରଣ ଆରମ୍ଭ କରାଯାଇଛି । ପ୍ରତି କେନ୍ଦ୍ରରେ ୫ଜଣ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ଉପସ୍ଥିତ ରହି ଟିକାପ୍ରଦାନ କରୁଛନ୍ତି ଓ ପ୍ରତି କେନ୍ଦ୍ରକୁ ୫ଜଣ ରାପିଡ ଆକ୍ସନ ଟିମ ଗସ୍ତକରି ଟିକାକରଣ କାର୍ଯ୍ୟକ୍ରମ ଅନୁଧ୍ୟାନ କରୁଛନ୍ତି,ଆଜି ଟିକା ନେଇଥିବା କରୋନା ଯୋଦ୍ଧାଙ୍କର କୌଣସି ପାଶ୍ୱର୍ପ୍ରତି କ୍ରୀୟା ହୋଇ ନଥିବାର ଜଣାପଡିଛି ବୋଲି ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା ପି.କେ.ନନ୍ଦ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.