Home Top News ନାବାଳିକା ସହ ସହମତି ଭିତ୍ତିକ ଯୌନ ସମ୍ପର୍କ: ଆଇନରେ ବ୍ୟାଖ୍ୟା କରାଯାଇ ନାହିଁ – ବମ୍ବେ...

ନାବାଳିକା ସହ ସହମତି ଭିତ୍ତିକ ଯୌନ ସମ୍ପର୍କ: ଆଇନରେ ବ୍ୟାଖ୍ୟା କରାଯାଇ ନାହିଁ – ବମ୍ବେ ହାଇକୋର୍ଟ, ଦୁଷ୍କର୍ମ ଅଭିଯୁକ୍ତର ଦୋଷକୁ ରଦ୍ଦ କଲେ

118

ମୁମ୍ବାଇ ୬-୨ (ଓଡ଼ିଆ ପୁଅ) : ଗୁରୁବାର ଦିନ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ନାବାଳିକାକୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କ ଦଣ୍ଡ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ କୋର୍ଟ ଦର୍ଶାଇଛନ୍ତି ଯେ ପୋକ୍ସୋ ଆଇନ କାର୍ଯ୍ୟକାରୀ କରିବା ଶିଶୁମାନଙ୍କର ଅଧିକାର ପାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ପ୍ରଗତିଶୀଳ ପଦକ୍ଷେପ। ଯଦିଓ ନାବାଳିକାଙ୍କ ସହ ସହମତି ଭିତ୍ତିକ ଯୌନ ସମ୍ପର୍କ ଆଇନ ଅନୁଯାୟୀ ବ୍ୟାଖ୍ୟା କରାଯାଇ ନାହିଁ। କାରଣ ନାବାଳିକାର ସମ୍ମତି ଆଇନ ଦୃଷ୍ଟିରୁ ବୈଧ ଅଟେ। ସୂଚନାଯୋଗ୍ୟଯେ, ଅଭିଯୁକ୍ତ ବାଳକ ତା’ର ସମ୍ପର୍କୀୟ କକାଝିଅ ଭଉଣୀ (ନାବାଳିକା) ସହିତ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ତେବେ ଅନୁସନ୍ଧାନରୁ ଜଣାପଡିଛି ଯେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ପାରସ୍ପରିକ ସମ୍ମତି ଦ୍ୱାରା କରାଯାଇଥିଲା। ଏହି ମାମଲା ଜଷ୍ଟିସ ସନ୍ଦୀପ ସିନ୍ଦେଙ୍କ ବେଞ୍ଚରେ ଶୁଣାଣି ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ବମ୍ବେ ହାଇକୋର୍ଟ, ଗୁରୁବାର ଜଣେ ବାଳକକୁ ଦୁଷ୍କର୍ମ ମାମଲାରେ ଦୋଷମୁକ୍ତ କରିଛନ୍ତି। ଏଥିରେ କୁହାଯାଇଥିଲା ଯେ, ଅଭିଯୁକ୍ତ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସେପ୍ଟେମ୍ବର ୨୦୧୭ ରୁ ଆରମ୍ଭ ହୋଇଥିଲା ଯେତେବେଳେ ପୀଡିତା ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ ଏବଂ ୨ ବର୍ଷ ଧରି ଅଭିଯୁକ୍ତଙ୍କ ଘରେ ରହୁଥିଲେ। ଏଥି ସହିତ, ମାମଲାର ତଦନ୍ତ ସମୟରେ ପ୍ରକାଶିତ ତଥ୍ୟକୁ ଦେଖି କୋର୍ଟ କହିଛନ୍ତି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ଉଭୟଙ୍କ ସମ୍ପର୍କ ସମ୍ମତି ଅନୁଯାୟୀ ଯୌନ ସମ୍ପର୍କ ଥିଲା ଏବଂ ଏହା ଥରେ ନୁହେଁ ବରଂ ୪ ରୁ ପାଞ୍ଚ ଥର ହୋଇଥିଲା। ତଥ୍ୟକୁ ଆଧାର କରି କୋର୍ଟ ଅଭିଯୁକ୍ତଙ୍କ ଦଣ୍ଡକୁ ବାତିଲ କରି ତାକୁ ଜାମିନ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ୧୯ ଜାନୁଆରୀରେ ଦେଇଥିବା ଏକ ରାୟରେ କହିଛି ଯେ ବସ୍ତ୍ର ଉପରେ ବକ୍ଷ ଛୁଇଁବା ପୋକ୍ସୋ ଆକ୍ଟ ଅନୁଯାୟୀ ଯୌନ ଉତ୍ପୀଡ଼ନ ବୋଲି କୁହାଯାଇପାରିବ ନାହିଁ। ତେବେ ପ୍ରଧାନ ବିଚାରପତି ଏସ୍ ବୋବଡେଙ୍କ ନେତୃତ୍ୱରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୨୭ ଜାନୁଆରୀରେ ଏହି ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.