Home ଜିଲ୍ଲା ପରିକ୍ରମା ଜଙ୍ଗଲରୁ ପୋଷାକ ପିନ୍ଧା ନରକଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

ଜଙ୍ଗଲରୁ ପୋଷାକ ପିନ୍ଧା ନରକଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

196

ମାଲକାନଗିରି,୨୨ା୨(ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ଦନ୍ଦେଓ୍ୟାର୍ଡା ଜିଲ୍ଲା ଓରପାଲ ଜଙ୍ଗଲରେ ସନ୍ଦେହଜନକ ଅବସ୍ତାରେ ପୋଷାକ ପରିଧାନ କରିଥିବା ନରକଙ୍କାଳ ମିଳିଛି । ଓରପାଲ ଜଙ୍ଗଲକୁ ଗାଇ ଚରାଇବାକୁ କିଛି ଲୋକ ଯାଇଥିବା ସମୟରେ ଏକ ପଥର ସନ୍ଦିରୁ ଦୁର୍ଗନ୍ଧ ବାସନା ଆସୁଥିବାର ଜାଣିପାରି ସେଠାକୁ ଯାଇ ଦେଖିଲା ବେଳକୁ ପୋଷାକ ପିନ୍ଧିଥିବା ଏକ ନରକଙ୍କାଳ ପଡିଛି । ସେମାନେ ଭୟଭିତ ହୋଇ ଦୌଡିପଳାଇ ଏ କଥା ଗାଁରେ ଜଣାଇବାରୁ ଗ୍ରାମବାସୀ ମାନେ ସେଠାରେ ପହଁଚି ପ୍ୟାଟଂ ସାର୍ଟ ଘଟାଂ ପିନ୍ଧିଥିବା ନର କଙ୍କାଳକୁ ଚିହ୍ନଟକରିଥିଲେ । ଭାଂସିପୋରକୋମଲ ଗ୍ରାମର ଏନଏମଡିସି ର କର୍ମଚାରି ଚତୁରସିଂ, ସେ ଗତ କିଛି ମାସତଳେ ଚାକିରି ରୁ ଅବସର ନେଇଥିଲେ, ସେ ଗତକିଛି ଦିନହେଲା ଘରୁ ନିଖୋଜ ଥିଲେ । ତାଙ୍କପରିବାର ଲୋକେ ଓ ଗ୍ରାମବାସୀ ସେହି ନରକଙ୍କାଳକୁ ଘରକୁ ନେଇ ଯାଇ ପୁଲିସକୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛନ୍ତି । ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ପରିବାର ଲୋକେ ଓ ଗ୍ରାମବାସୀ ମାନେ ସନ୍ଦେହ କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.