Home ଜିଲ୍ଲା ପରିକ୍ରମା ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବିରେ ସ୍ମାରକପତ୍ର

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବିରେ ସ୍ମାରକପତ୍ର

18

ବାଲେଶ୍ୱର, ୨୮-୨(ଓଡ଼ିଆ ପୁଅ/ଅଭୟ ଦାସ): ସ୍ୱେଚ୍ଛାସେବୀ ସଂଗଠନ ‘ଜନସଂଖ୍ୟା ସାମାଧାନ ଫାଉଣ୍ଡେସନ’ ପକ୍ଷରୁ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବିରେ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସଚେତନତା ଅଭାବରୁ ସମ୍ପ୍ରତି ଦେଶର ଜନସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ୧୩୮ କୋଟିରେ ପହଞ୍ଚିଛି। ପ୍ରତିଘଣ୍ଟାରେ ଦେଶରେ ୩ହଜାର ଶିଶୁ ଜନ୍ମ ନେଉଥିବା ବେଳେ ୨୦୪୦ ସୁଦ୍ଧା ଏହା ୨ଶହ କୋଟି ଟପିଯିବା ନେଇ ସଂଗଠନର କର୍ମକର୍ତ୍ତାମାନେ ଆଶଙ୍କା ପ୍ରକଟ କରିଛନ୍ତି। ସୀମିତ ସମ୍ବଳ ମଧ୍ୟରେ ଜନସଂଖ୍ୟା ବିସ୍ଫୋରଣ ଆଗାମୀ ଦିନରେ ଦେଶର ସବୁ କ୍ଷେତ୍ର ଅବ୍ୟବସ୍ଥା ମଧ୍ୟ ଚାଲିଯିବ ବୋଲି ସେମାନେ କହିଛନ୍ତି। ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, ଖାଦ୍ର ଯୋଗାଣ ପ୍ରଭୃତି କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହେବାକୁ ଯାଉଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର କଠୋର ଜନ୍ମ ନିୟନ୍ତ୍ରଣ ଆଇ ପ୍ରଣୟନ ପାଇଁ ଜନସଂଖ୍ୟା ସାମାଧାନ ଫାଉଣ୍ଡେସନ ଦାବି କରିଛି। ଗୋଟିଏ କିମ୍ବା ଦୁଇଟି ସନ୍ତାନ ଜନ୍ମ କରିବା ବାଧ୍ୟତାମୂଳକ ହେଲେ ଆଜାମୀ ଦିନରେ ହେବାକୁ ଯାଉଥିବା ଜନସଂଖ୍ୟା ବିସ୍ଫୋରଣ ରୋକାଯାଇ ପାରିବ ବୋଲି ଫାଉଣ୍ଡେସନର କର୍ମକର୍ତ୍ତାମାନେ କହିଛନ୍ତି। ଦୁଇରୁ ଅଧିକ ସନ୍ତାନ ଜନ୍ମ ସହ ନିୟମ ଉଲଂଘନ କରୁଥିବା ପରିବାରକୁ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ କରାଯିବାର ଆବଶ୍ୟକ ରହିଛି ବୋଲି ସେମାନେ ମତ ଦେଇଛନ୍ତି। ସମୂହ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସବୁମହଲରୁ ସ୍ୱର ଉତ୍ତୋଳନ ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ଏକ ପ୍ରତିନିଧି ଦଳ ବାଲେଶ୍ୱର ଜିଲାପାଳଙ୍କୁ ସାକ୍ଷାତ ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛି। ସ୍ମାରପତ୍ର ପ୍ରଦାନ ବେଳେ ସଂଗଠନର ଜିଲା ସଭାପତି ଜିତେନ୍ଦ୍ର କୁମାର ପୁହାଣ, ବିପିନ ବିହାରୀ ଦାସ, ସତ୍ୟାନନ୍ଦ ଦାସ, ଲକ୍ଷ୍ମୀଧର ପାତ୍ର, ବିଷ୍ଣୁପ୍ରଭା ଅଧିକାରୀ, ହେମନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.