Home ଜିଲ୍ଲା ପରିକ୍ରମା ବିଦ୍ୟାଳୟସ୍ତରୀୟ କମ୍ପ୍ୟୁଟର ଶିକ୍ଷା ପୁନଃପ୍ରଚଳନ ଦାବିରେ ଗଣଧାରଣା

ବିଦ୍ୟାଳୟସ୍ତରୀୟ କମ୍ପ୍ୟୁଟର ଶିକ୍ଷା ପୁନଃପ୍ରଚଳନ ଦାବିରେ ଗଣଧାରଣା

56

ବାଲେଶ୍ୱର, ୨୮-୨(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ଆଇଟିସି ସ୍କୁଲ କୋର୍ଡ଼ିନେଟର ଆସୋସିଏସନ ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ଶ୍ରମିକ ସଂଗଠନ ଏଆଇଟିୟୁସି ସହବନ୍ଧନରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ଭାଗବତ ପ୍ରତିହାରୀଙ୍କ ସମେତ ସଂଗଠନର ସଭାପତି ବିଜୟ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ସୁଶାନ୍ତ ନାୟକ, ସାଧାରଣ ସମ୍ପାଦକ ଗୋଲକ ବିହାରୀ ଗିରି, ସେନାଲି ଦାସ, ନିରଂଜନ ପରିଡ଼ା, ପ୍ରଫୁଲ୍ଲ କୁମାର ପରିଡ଼ା, ଲକ୍ଷ୍ମୀଧର ମହାକୁଡ଼ ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ବିଦ୍ୟାଳୟସ୍ତରୀୟ ଶିକ୍ଷା ବିପର୍ଯ୍ୟସ୍ଥ ହୋଇପଡ଼ିଥିବା କହିଥିଲେ। ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶିକ୍ଷାର ଶୁଭାରମ୍ଭ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ସ୍କୁଲରେ କମ୍ପ୍ୟୁଟର ଲାବ ପ୍ରତିଷ୍ଠା କରିଥିଲେ। ଏନେଇ ୪ହଜାର କମ୍ପ୍ୟୁର ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ମାତ୍ର ଏହାକୁ ବନ୍ଦ କରିବା ଫଳରେ ଶିକ୍ଷକମାନେ ଜୀବିକା ହରାଇବା ସହିତ କୋଟି କୋଟି ଟଙ୍କାର କମ୍ପ୍ୟୁଟର ଲାବ ଏବେ ଖତ ଖାଇବାରେ ଲାଗିଛି।ଏଭଳି ସ୍ଥିତିରେ ଗୁରୁତ୍ୱ ଦେଇ ଛଟେଇ ହୋଇତିବା ୪ହଜାର କମ୍ପ୍ରୁଟର ସଂଯୋଜକଙ୍କୁ ପୁନଃ ନିୁଯୁକ୍ତି ପ୍ରଦାନ ସାଙ୍ଗକୁ ସମସ୍ତଙ୍କୁ ଚୁକ୍ତି ଭିତ୍ତିକ ଶିକ୍ଷକର ମାନ୍ୟତା ଦେବା, ବିଦ୍ୟାଳୟ ଶିକ୍ଷାନୀତିରେ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିବା ତଥା ପାଠ୍ୟକ୍ରମରେ ସାମିଲ କରିବା, କେନ୍ଦ୍ର ସରକାରଙ୍କ ଦ୍ୱାର ପ୍ରଚଳିତ ଆଇସିଟି ବିଦ୍ୟାଳୟ ପ୍ରୋଜେକ୍ଟକୁ ଘରୋଇକରଣ ନ କରି ସରକାର ଶିକ୍ଷା ବିଭାଗ ଅଧୀନରେ ରଖିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ଏନେଇ ସରକାର ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଥିଲେ। ଏହି ଅବସରରେ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି ସମ୍ବଳିତ ସ୍ମାରକପତ୍ର ବାଲେଶ୍ୱର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.