Home କେନ୍ଦୁଝର ଚୋରୀବେଳେ ମୋବାଇଲ ଛାଡିଯିବା ଚୋର ପାଇଁ ମହାଙ୍ଗା ପଡିଲା,

ଚୋରୀବେଳେ ମୋବାଇଲ ଛାଡିଯିବା ଚୋର ପାଇଁ ମହାଙ୍ଗା ପଡିଲା,

82

ହାଟଡିହି, ୨୨ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଚୋରୀବେଳେ ମୋବାଇଲ ଛାଡିଯିବା ଜଣେ ଚୋର ପାଇଁ ମାହାଙ୍ଗା ପଡିଛି । ଏମିତି ଏକ ଘଟଣା ଘଟିଛି ନନ୍ଦିପଦା ଥାନା ଅଧିନସ୍ଥ ଷଡଙ୍ଗ ଗ୍ରାମରେ । ଚୋରୀ କରିବାକୁ ଆସିଥିବାବେଳେ ଚୋର ଚୋରି କରି ସାରିବାପରେ ମୋବାଇଲଟିକୁ ଛାଡି ପଳାଇବାଦ୍ୱାରା ଏହି ମୋବଇଲକୁ ଆଧାରକରି ପୁଲିସ ଚୋର ପାଖରେ ପହଞ୍ଚି ତାକୁ ଧରିବାରେ ସଫଳ ହୋଇଛି । ଖବରରୁ ଜଣାଯାଇଛି ଯେ ଗତ ଜନ୍ମାଷ୍ଟମୀ ପରଦିନ ରାତିରେ ଷଡଙ୍ଗ ଗ୍ରାମର ସରୋଜ କୁମାର ବେହେରାଙ୍କ ଦୋକାନରୁ ନଗଦ ଟଙ୍କା ସହିତ ଅନେକ ଗ୍ରୋସରୀ ସାମଗ୍ରୀ ଚୋରୀ ହୋଇଥିଲା । କେହି ଦୁର୍ବୁତ ଦୋକାନଘରର ସ୍କାଏଲାଇଟ ଭାଙ୍ଗି ତା ଭିତରୁ ବହୁ ପରିମାଣର ଅମୁଲ ପ୍ୟାକେଟ, କାଜୁ ପ୍ୟାକେଟ, ଗୁଜୁରାତି ପ୍ୟାକେଟ, ନଗଦ ୪ହଜାରରୁ ଉର୍ଦ୍ଧ ଟଙ୍କା ସମେତ ଆନୁମାନିକ ୫୦ହଜାରରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଲୁଟି ନେଇଥିଲା । ପରଦିନ ସକାଳୁ ଦୋକାନୀ ଜଣକ ଦୋକାନ ଖୋଲାଯିବାପରେ ଏସବୁ ଚୋରୀ ହୋଇଥିବା ଜଣାପଡିଥିଲା । କିନ୍ତୁ ଚୋର ଜଣକ ଏକ ମୋବାଇଲ ଛାଡି ଚାଲି ଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସରୋଜ ବେହେରା ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ କେସ ନଂ ୧୨୭/୨୧ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଏହି ମୋବାଇଲଟି ଗିରିଗାଁ ଗ୍ରାମର ବିଜୟ ମହାରଣାଙ୍କର ବୋଲି ପୁଲିସ ଜାଣିବାକୁ ପାଇଥିଲା । ବିଜୟ ଅଧିକାଶଂ ସମୟ ଗାଁରେ ନରହି ବାହାରେ ରୁହେ ବୋଲି ଗ୍ରାମବାସୀଙ୍କ ଠାରୁ ପୁଲିସ ଜାଣିବାକୁ ପାଇଥିଲା । ତେଣୁ ତାକୁ ଠାବ କରିବାରେ ବିଳମ୍ବ ଘଟିଥିଲା । ସେ ଯାଜପୁର ଜିଲ୍ଲା ବରୁଣ୍ଡେଇ ଗ୍ରାମରେ ରହିଥିବା ଖବରପାଇ ନନ୍ଦିପଦା ଥାନା ଏସ.ଆଇ ନରେଶ ଦାସଙ୍କ ନେତୃତ୍ୱରେ ଏକ ପୁଲିସଟିମ କୋରେଇ ପୁଲିସ ସହଯୋଗରେ ଗତକାଲି ବରୁଣ୍ଡେଇ ଗ୍ରାମରେ ଚଢ଼ାଉକରି ଅଭିଯୁକ୍ତ ବିଜୟକୁ ଧରିବାରେ ସଫଳ ହୋଇଥିଲା । ତାକୁ ପଚରା ଉଚୁରା କରିବାପରେ ସେ ଲୁଟ ସାମଗ୍ରୀକୁ ନିଜ ଘରେ ରଖିଥିବା ସ୍ୱୀକାର କରିବାପରେ ପୁଲିସ ତାର ନିଜଘରୁ ସାମଗ୍ରୀମାନେ ଉଦ୍ଧାର କରିବାରେ ସଫଳ ହୋଇଛି । ସେ ଖାଲି ଏହି ଚୋରୀ ନୁହଁ ଆହୁରି ଅନେକ ଚୋରୀରେ ସଂପୃକ୍ତି ଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି । ତେଣୁ ପୁଲିସ ତାକୁ ଅଧିକ ପଚରା ଉଚୁରା କଲେ ଅନେକ ଚୋରୀର ରହସ୍ୟ ଉନ୍ମୋଚନ ହୋଇପାରନ୍ତା ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.