Home କେନ୍ଦୁଝର ମଦୁଆଯନ୍ତ୍ରୀଙ୍କୁ ନେଇ ଚିନ୍ତାରେ ଠିକାଦାର

ମଦୁଆଯନ୍ତ୍ରୀଙ୍କୁ ନେଇ ଚିନ୍ତାରେ ଠିକାଦାର

56

ହାଟଡିହି, ୨୨ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ଜଣେ ମଦୁଆ ଯନ୍ତ୍ରୀଙ୍କୁ ନେଇ ଚିନ୍ତାରେ ପଡିଛନ୍ତି ଠିକାଦାର । ଏବେ ୫-ଟି କାମରେ ବିଭିନ୍ନ ସ୍କୁଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବାବେଳେ ଅନେକ ସ୍କୁଲ ଘରର ନିର୍ମାଣକାର୍ଯ୍ୟ ମଧ୍ୟ ଚାଲୁରହିଛି । ଉଚ୍ଚ ଅଧିକାରୀମାନେ ଘନଘନ କାର୍ଯ୍ୟ ଗୁଡିକୁ ତଦାରଖ କରିବା ସହ ଠିକାଦାର ମାନଙ୍କୁ କାମ ସାରିବାକୁ ବ୍ୟତିବ୍ୟସ୍ତ କରିପକାଉଛନ୍ତି । ଏପରିସ୍ଥଳେ ଜଣେ ବ୍ଲକର କନିଷ୍ଠଯନ୍ତ୍ରୀ ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମଦଖାଇ ବୁଲିବା ଦ୍ୱାରା ଠିକାଦାରମାନେ କିପରି ତାଙ୍କୁନେଇ କାମ କରିବେ ତାହାକୁନେଇ ଚିନ୍ତାରେ ପଡିଛନ୍ତି । ଉକ୍ତ ଯନ୍ତ୍ରୀ ଜରକୁ ତିନୋଟି ପଞ୍ଚାୟତର ଦାୟିତ୍ୱ ଦିଆଯାଇଥିବାରୁ କିପରି ଏହିସବୁ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଣେ ଠିକାଦାର ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ସଂପୃକ୍ତ ଯନ୍ତ୍ରୀ ଜଣକ ସକାଳ ୮ଟା ସୁଧା ମଦଖାଇ ଚୁର ହୋଇ ରହୁଛନ୍ତି । ସେ ନିଜେ ଠିକ ସେ ଠିଆ ମଧ୍ୟ ହୋଇ ପାରୁ ନାହାନ୍ତି । ତେଣୁ କିପରି ସେ କାମ ତଦାରଖ କରିବେ ଓ କିପରି ଆମର ବିଲ କରିବେ ଆମେ ବୁଝି ପାରୁନୁ ବୋଲି କହିଛନ୍ତି । ଜିଲ୍ଲାପାଳ କିମ୍ବା ପିଡି ତୁରନ୍ତ ଏପରି ମଦୁଆ ଯନ୍ତ୍ରୀଙ୍କୁ ହାଟଡିହି ବ୍ଲକରୁ ତୁରନ୍ତ ଅପସାରିତ କରିନେଇ ତାଙ୍କ ବଦଳରେ ନୁଆଯନ୍ତ୍ରୀ ଦିଅନ୍ତୁ ବୋଲି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.