Home ଓଡ଼ିଶା ଯୋଡା – ମରଣଯନ୍ତାରେ ବୃଦ୍ଧାଙ୍କ ଜୀବନ ଗଲା

ଯୋଡା – ମରଣଯନ୍ତାରେ ବୃଦ୍ଧାଙ୍କ ଜୀବନ ଗଲା

129

ଯୋଡା – ୨୧/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବିଜୁ ଏକ୍ସପ୍ରେସ ହାଇୱେ-୨ ରଣାଶାଳ ଘାଟି ଠାରୁ ପଳାଶପଙ୍ଗା ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ମରଣଯନ୍ତା ପାଲଟିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନର ଚେତା ପଶୁନାହିଁ । ଶୁକ୍ରବାର ଅପରାହ୍ନ ୫ ଘଟିକା ସମୟରେ ଆଉଜଣେ ବୃଦ୍ଧାଙ୍କର ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଯେ, ଆଜି ଅଚିହ୍ନା ବୃଦ୍ଧା ଜଣଙ୍କ ରାଜନଲାଲ ପେଟ୍ରୋଲ ପମ୍ପ ନିକଟରେ ରାସ୍ତାପାର ହେଉଥିବା ସମୟରରେ ନୋ-ଏଣ୍ଟ୍ରୀ ଥିଲେ ମଧ୍ୟ ଏକ ଟ୍ରକ ନଂ. ଓଆର-୧୪ଭି-୧୯୩୫ ଏହାକୁ ବେଖାରତିର କରି ଦୃତ ବେଗରେ ଅଚିହ୍ନା ବୃଦ୍ଧାଟିକୁ ଧକ୍କା ଦେଇଥିବା ଫଳରେ ଘଟଣା ସ୍ଥଳରେ ହିଁ ବୃଦ୍ଧାର ମୃତ୍ୟୁ ଘଟିଥିବା ବେଳେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଘଟଣା ସ୍ଥଳରେ ଯୋଡା ପୁଲିସ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ବୃଦ୍ଧାଟିକୁ କମାରଯୋଡାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖିଥିବା ଜଣାପଡିଛି । ଘଟଣା ଲେଖାଯିବା ପର୍ଯ୍ୟନ୍ତ ବୃଦ୍ଧାଟିର ପରିଚୟ ମିଳିପାରିନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ, ନୋ-ଏଣ୍ଟ୍ରୀ ସମୟରେ କିଛି ଅସାଧୁ ପୁଲିସ ଅଧିକାରୀ ଟ୍ରକ ଚାଳକ ଠାରୁ ବଟି ନେଇ ଛାଡି ଦେଉଥିବା ଫଳରେ ଦୁର୍ଘଟଣା ଏକ ନୀତିଦିନିଆ ଘଟଣାରେ ପରିଣତ ହୋଇଛି । ଗତ ଏକ ସପ୍ତାହ ପୂର୍ବେ ହୋଟେଲ ଲାଓ ପ୍ୟାଲେସ ସମ୍ମୁଖରେ ଏକ ମହିଳାଙ୍କୁ ଅନୁରୂପ ଟ୍ରକ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଗୋଟିଏ ବର୍ଷ ଭିତରେ ପ୍ରାୟ ୨୫ରୁ ଉର୍ଦ୍ଧ ଜୀବନ ଏହି ରାସ୍ତା ଉପରେ ଯାଇଛି । ଏହିରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ଦୀର୍ଘ ଦିନ ଧରି ଏହାର ମରାମତି ହେଉନଥିବା ସହ ନୋ-ଏଣ୍ଟ୍ରୀ ସମୟରେ ଗାଡି ଚଳାଚଳ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏହି ରାସ୍ତାଟି ଯୋଡା ସହରର ମଧ୍ୟଭାଗ ଦେଇ ଦୈନିକ ବଜାର ମଧ୍ୟରେ ଯାଇଥିବା ବେଳେ ଦୀର୍ଘ ଦିନରୁ ଭାରିଯାନ ଚଳାଚଳ ନିମନ୍ତେ ଫ୍ଲାଏ ଓଭରର ଦାବି ହୋଇଆସିଛି । ତେବେ ଏହା ୧୦ ବର୍ଷ ହେଲା ଏହି ଫ୍ଲାଏ ଓଭର କେବଳ ଯୋଜନା ମଧ୍ୟରେ ସୀମିତ ହୋଇରହିଛି । ଆଉ କେତେ ଜୀବନ ଗଲେ ସରକାର ଚେତିବେ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.