Home ଜିଲ୍ଲା ପରିକ୍ରମା ଚିକିତ୍ସାରେ ଅବହେଳା ପାଇଁ ରୋଗିର ମୃତ୍ୟୁ ହେଲା ବୋଲି ଡାକ୍ତର ଓ ନର୍ସଙ୍କୁ ଦାୟୀକରି ହସପିଟାଲରେ...

ଚିକିତ୍ସାରେ ଅବହେଳା ପାଇଁ ରୋଗିର ମୃତ୍ୟୁ ହେଲା ବୋଲି ଡାକ୍ତର ଓ ନର୍ସଙ୍କୁ ଦାୟୀକରି ହସପିଟାଲରେ ହାଙ୍ଗାମା କଲେ ପରିବାର ଲୋକ

55

ମାଲକାନଗିରି,୧୮ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାହସପିଟାଲରେ ଆଜି ସନ୍ଧ୍ୟାରେ ଏକ ରୋଗୀଙ୍କର ମୃତ୍ୟୁକୁ ନେଇ ପରିବା ଲୋକେ ଡାକ୍ତର ଓ ନର୍ସଙ୍କ ଅବହେଳା କୁ ଦାୟୀ କରି ହାଙ୍ଗାମା କରିଛନ୍ତି । ମାଲକାନଗିରି ଥାନାସ୍ଥ ଏମଭି୪୩ ଗ୍ରାମର ଭିମ ବିଶ୍ୱାସ ନାମକ ଯୁବକ ଛାତଉପରେ କାମକରୁଥିବା ବେଳେ ହଟାତ ଅସାବାଧନତା ହେତୁ ଛାତରୁ ତଳକୁ ଖସିପଡି ଆହତ ହୋଇଥିଲେ । ତାଙ୍କୁ ପିରବାର ଲୋକେ ମାଲକାନଗିରି ଜିଲ୍ଲା ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ । ପ୍ରଥମେ ଆହତ ଭିମ ଙ୍କୁ କାଜୁଆଲଟିି ବିଭାଗରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଘଟାଂଏ ଅପେକ୍ଷା କରିବା ପରେ ତାଙ୍କର ଏକ୍ସରେ କରାଯାଇ ଓର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପହଁଚିବା ପରେ ଭିମା ରକ୍ତବାନ୍ତି କରିଥିଲେ । ରକ୍ତବାନ୍ତି ହେବାରୁ ପରିବାର ଲୋକେ ଡାକ୍ତରଙ୍କୁ ଡାକିବାକୁ ସେଠାରେ ଥିବା ନର୍ସଙ୍କୁ କହିଥିଲେ । ନର୍ସ ମୋବାଇଲରେ ଲୁଡୁଖେଳୁଥିବାରୁ ସେ କିଛି ଶୁଣି ନଥିଲେ । ଡାକ୍ତର ପହଁଚିବାରେ ବିଳମ୍ବ ହେବାରୁ ଭିମଙ୍କର ମୃତ୍ୟୁ ହୋଇ ଯାଇଥିଲା । ଭିମାଙ୍କ ମୃତ୍ୟୁ ପାଇଁ ଡାକ୍ତର ଓ ନର୍ସ ଙ୍କୁ ଦାୟୀକରି ପରିବାର ଲୋକେ ହସପିଟାଲରେ ପାଟିତୁଣ୍ଡ କରିବା ସହିତ ଡାକ୍ତରଙ୍କୁ ଘେରାଓ କରି ରଖିଲେ ଓ ହସପିଟାଲ ଗେଟ ନିକଟରେ ଟାୟାର ଜାଳି କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଓ ପୁଲିସ ସଦଳବଳ ସେଠାରେ ପହଁଚି ଉତେଜିତ ଲୋକମାନଙ୍କୁ ବୁଝାଇ ପରିସ୍ଥିତି ଶାନ୍ତକରିଥିଲେ । ମୃତ ଶରୀର ଜବତ କରି ଶବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏ ସଂପର୍କରେ ଆମେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ପି.କେ ନନ୍ଦଙ୍କୁ ପଚାରିବାରୁ ସେ କହିଥିଲେ ରୋଗୀ ଜଣଙ୍କ ଛାତଉପରୁ ପଡି ଗୁରୁତରଭାବେ ଆହତ ହୋଇ ଚିକିତ୍ସା ନିମନ୍ତେ ହସପିଟାଲକୁ ଆସିଥିଲେ । ତାଙ୍କ ଚିକିତ୍ସାରେ କୌଣସି ଅବହେଳା କରାଯାଇନାହିଁ । ଆହତ ବ୍ୟକ୍ତିଙ୍କର ଛାତିରେ ଇଟଂରନାଲ ଇଜୁଂରୀ ହୋଇଥିବାରୁ ତାଙ୍କର ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି । ଶବ ବ୍ୟବଛେଦ ପରେ ତାଙ୍କର ମୃତ୍ୟୁର କାରଣ କଣ ଜଣାପଡିବ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.