Home କେନ୍ଦୁଝର ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର

ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର

194

ହାଟଡ଼ିହି, ୧୮ । ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ସୋସୋ ଥାନା ଅଞ୍ଚଳକୁ ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ କିଛି ଦୁର୍ନିତିଖୋର ଲୋକ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖବରରୁ ଜଣାଯାଇଛି ଯେ ସୋସୋ ଅଞ୍ଚଳରେ ଏକ ଗୃହ କାମ ଅତି ନିମ୍ନମାନର ହୋଇଥିବା ନେଇ କିଛି ଗ୍ରାମବାସୀ ଅଭିଯୋଗ କରିବାପରେ ଗଣମାଧ୍ୟମର କିଛି ପ୍ରତିନିଧି ଏହାର ସତ୍ୟାସତ୍ୟା ଜାଣିବା ଓ ଖବର ସଂଗ୍ରହ ପାଇଁ ସେହି ସ୍ଥାନକୁ ଯାଇ ନିମ୍ନମାନର ହୋଇଥିବା ଘରକାମର ଫଟୋଚିତ୍ର ଉତ୍ତୋଳନ କରିବା ସମୟରେ କାମ କରୁଥିବା ଠିକାଦାରଙ୍କ ଲୋକମାନେ ସେମାନଙ୍କୁ ଘେରିଯାଇ ମୋବାଇଲ ଛଡେଇନେବା ଓ କ୍ୟାମେରାର ମେମୋରି ଚିଫ ଖୋଲି ନେଇଥିଲେ । ଆମକୁ ନପଚାରି କାହିଁକି ଏ ଅଞ୍ଚଳକୁ ଆସିଲ ବୋଲି କହି ଧମକ ଚମକ ଦେଇଥିଲେ । ଏହାକୁ ନେଇ କେନ୍ଦୁଝର ଜିଲ୍ଲାର ସାମ୍ବାଦିକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ଦୃଢ଼ ନିନ୍ଦା କରିଛନ୍ତି । ନିଜର ଦୁର୍ନିତି ପଦାରେ ପଡିଯିବା ଭୟରେ ଠିକାଦାର ମାନଙ୍କ ଏପରି ହୀନ ଉଦ୍ୟମ ଗଣମାଧ୍ୟମର କଣ୍ଠରୋଧ ପାଇଁ ଉଦ୍ଦିଷ୍ଟ ବୋଲି ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.