Home ଜିଲ୍ଲା ପରିକ୍ରମା ଚିକିତ୍ସାରେ ଅବହେଳା ପାଇଁ କରୋନା ରୋଗିଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର

ଚିକିତ୍ସାରେ ଅବହେଳା ପାଇଁ କରୋନା ରୋଗିଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର

52

ମାଲକାନଗିରି,୭ା୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ ଜଣେ କରୋନା ଆକ୍ରାନ୍ତ ରୋଗିର ମୃତ୍ୟୁକୁ ନେଇ ଉତେଜନା ଦେଖା ଦେବା ପରେ ସେଠାରେ ପୁଲିସ ପହଁଚି ପରିସ୍ଥିତିକୁ ଆୟତାଧିନ କରିଛନ୍ତି । ଗତ ମଙ୍ଗଳବାର ଦିନ ମାଲାକନଗିରି ଏମଭି୧୧ ନମ୍ବର ଗ୍ରାମର ଜଣେ ୪୫ବର୍ଷ ବୟସ୍କା ମହିଳାଙ୍କର କରୋନା ପଜିଟିଭି ଚିହ୍ନଟ ହେବାପରେ ଜିଲ୍ଲାକୋଭିଡ ହସପିଟାଲରେ ଚିକିତ୍ସାନିମନ୍ତେ ଭର୍ତି ହୋଇଥିଲେ । ଗତ ଦୁଇଦିନହେଲା ପରିବାର ଲୋକେ ସେ ମହିଳାଙ୍କ ସହିତ କଥା ହେବାପାଇଁ ଚାହିଁବାରୁ ତାଙ୍କ ସହିତ ଦେଖା ହୋଇପାରିବ ନାହିଁ ସେ ଏବେ ବିପଦ ମୁକ୍ତ ଅଛନ୍ତି ତୁମେ ମାନେ ଘରକୁ ପଳାଅ ବୋଲି କହି ବିଦା କରିଦେଇଥିଲେ । ଆଜି ସକାଳେ ତାଙ୍କ ପରିବାରଙ୍କୁ ହସପିଟାଲରୁ ଫୋନଗଲା ତୁମ ରୋଗିଙ୍କର ମୃତ୍ୟୁ ହୋଇଯାଇଛି । ଏ କଥା ଶୁଣି ସେହି ମହିଳାଙ୍କ ପରିବାର ଲୋକେ କୋଭିଡ ହସପିଟାଲ ଗେଟ ନିକଟରେ ପହଁଚି ପାଟିତୁଣ୍ଡ କରି କହିଥିଲେ ଚିକିତ୍ସାରେ ଅବହେଳା ହୋଇଥିବାରୁ ତାଙ୍କର ମୃତ୍ୟୁଘଟିଛି । ତାପରେ ସେମାନେ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଗେଟ ନିକଟରେ କିଛି ସମୟଧରି ରୁଣ୍ଡ ହୋଇ ପାଟି କରି କହିଥିଲେ ଆମ ରୋଗିଙ୍କ ସହିତ କାହିଁକି ଆମକୁ କଥା କରାଇଦେଲେ ନାହିଁ । ସେ ସୁସ୍ଥ ଅଛି କହି ବିଦା କରିଦେବାର ଦିନକପରେ ପୁଣି ଫୋନକରୁଛନ୍ତି ତୁମ ରୋଗିର ମୃତ୍ୟୁ ଘଟିଛି,ଆମ ରୋଗିର ଚିକିତ୍ସାରେ ଅବହେଳା ପାଇଁ ମୃତ୍ୟୁ ଘଟିଛି ବୋଲି ପରିବାର ଲକେ ଅଭିଯୋଗ କରଛନ୍ତିି । ଘଟଣାସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ପୁଲିସ ସଦଳବଳ ପହଁଚି ସେମାନଙ୍କୁ ବହୁତ ବୁଝାସୁଜା କରିବାପରେ ପରିସ୍ଥିତି ଶାନ୍ତ ହୋଇଥିଲା । ଜିଲ୍ଲାପ୍‌୍ରଶାସନ ପକ୍ଷରୁ କୋଭିଡ ନିୟମ ପାଳନ କରାଯାଇ ମୃତ ମହିଳାଙ୍କର ଶବସଂସ୍କାର କରାଯାଇଛି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.