Home ଜିଲ୍ଲା ପରିକ୍ରମା କୋଭିଡ ହସପିଟାଲରେ ଚିକିତ୍ସା ହେଉଥିବା କରୋନା ରୋଗିଙ୍କ ପିରିବାରଙ୍କ ପାଇଁ ଇ-ସାକ୍ଷାତ ଭିଡିଓ ଚାଟିଂ ସେବା...

କୋଭିଡ ହସପିଟାଲରେ ଚିକିତ୍ସା ହେଉଥିବା କରୋନା ରୋଗିଙ୍କ ପିରିବାରଙ୍କ ପାଇଁ ଇ-ସାକ୍ଷାତ ଭିଡିଓ ଚାଟିଂ ସେବା ଆରମ୍ଭ

66

ମାଲକାନଗିରି,୭ା୫ (ଓଡିଆ ପୁଅ ) ଦିନକୁ ଦିନ କରୋନା ଉଗ୍ରରୁପନେଇ ସଂକ୍ରମଣଙ୍କ ସଂଖ୍ୟାବୃଦ୍ଧି ପାଇଚାଲିଛି । କରୋନା ଆକ୍ରାନ୍ତ ମାନଙ୍କୁ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଉଥିବା ବେଳେ ରୋଗିଙ୍କ ପରିବାର ସହିତ କିଛି ସଂପର୍କ ରହିପାରୁନାହିଁ । ରୋଗିଟି କିପରି ଅଛି ତାର ଭଲମନ୍ଦକଥା ପରିବାର ଲୋକେ ଜାଣିପାରୁ ନାହାଁନ୍ତି । ଏହି ସମସ୍ୟା ଦୂରକରିବା ପାଇଁ ମାଲାକନଗିର ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଅଭିନବ ଉପାୟ ବାହାର କରାଯାଇଛି । କରୋନା ରୋଗୀଙ୍କ ସହିତ ସପଂର୍କିୟ ମାନେ ସିଧାସଳଖ ଭାବେ ଇ-ସାକ୍ଷାତ ଭିଡିଓ କନ ପରେନ୍ସ ମାଧ୍ୟମରେ କଥା ହୋଇ ସେମାନଙ୍କ ଭଲ ମନ୍ଦ କଥା ବୁଝିପାରିବେ । ପ୍ରଥମ ଥରକରି ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ଙ୍କ ଉଦ୍ୟମକ୍ରମେ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗିଙ୍କ ସହିତ ତାଙ୍କପରିବାର ଲୋକେ ଇ-ସାକ୍ଷାତକାର ଭିଡିଓ କନଫରେନ୍ସ ମାଧ୍ୟମରେ କଥାହେବାର ବ୍ୟବସ୍ଥା କରିଛନ୍ତି । ସିଡିଓମଓ ଅଫିସ ଛକ ନିକଟରେ ଇ-ସାକ୍ଷାତ କରୋନା ରୋଗୀ ଓ ସଂପର୍କିୟଙ୍କ ଟେଲି ଯୋଗା ଯୋଗକେନ୍ଦ୍ର ର ମୁଖ୍ୟ କଟ୍ରୋଂଲ ରୁମ ପ୍ରତିଷ୍ଟା କରାଯାଇଛି । ଏହି ବ୍ୟବସ୍ଥା ମାଲକାନଗିରି ଜିଲ୍ଲା ହେର୍ଡକ୍ୱାଟର କୋଭିଡ ହସପିଟାଲ,କୋଭିଡ କେୟାର ସେଟଂର ମାନଙ୍କର କରାଯାଇଛି । ହସପିଟାଲରେ ଚିକିତ୍ସିତ ହେଉଥିବା କରୋନା ଆକ୍ର୍‌ାନ୍ତ ନିଜକୁ ଯେପରି ଭାବିବେ ନାହିଁ ସେ ପରିବାର ଛାଡି ଏକା କି ରହିଛନ୍ତି ବୋଲି । ଏହି ଇ-ସାକ୍ଷାତ ମାଧ୍ୟମରେ ସିଧାସଳଖ ଭାବେ ତାଙ୍କପରିବାରଙ୍କ ସହିତ ଭିଡିଓ ଚାଟିଂମାଧ୍ୟମରେ କଥା ହେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ସୁଚନା ଦେଇଛନ୍ତି । ମାଲକାନଗିରି ଜିଲ୍ଲାପ୍ରଶାସନର ଏହି ଅଭିନବ ଚିନ୍ତାଧାରାକୁ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.