Home ଓଡ଼ିଶା ଚାନ୍ଦିପୁରରେ ବିଜେଡିର ନିର୍ବାଚନୀ ସଭା – ରାଜ୍ୟ ସରକାରଙ୍କ ସଫଳତାର ଚିଠା ଖୋଲିଲେ ନେତା-ମନ୍ତ୍ରୀ

ଚାନ୍ଦିପୁରରେ ବିଜେଡିର ନିର୍ବାଚନୀ ସଭା – ରାଜ୍ୟ ସରକାରଙ୍କ ସଫଳତାର ଚିଠା ଖୋଲିଲେ ନେତା-ମନ୍ତ୍ରୀ

49

ବାଲେଶ୍ୱର, ୨୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଶାସକ ଦଳ ବିଜେଡି ପକ୍ଷରୁ ଚାନ୍ଦିପୁର ପଞ୍ଚାୟତର ଅଧିକ ସଂଖ୍ୟାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକ ବସବାସ କରୁଥିବା ମିର୍ଜାପୁରଠାରେ ଏକ ପ୍ରଚାର ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ଆଇନମନ୍ତ୍ରୀ ପ୍ରତାପ ଜେନା, ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ବିଜେଡି ରାଜ୍ୟ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ବିଜେଡି ଜିଲ୍ଲା ସଭାପତି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଅରୁଣ ଦେ ଓ ଆୟୁବ ଖାଁ, ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନିର୍ମଳ ଭାବମୂର୍ତ୍ତି ଓ ସ୍ୱଚ୍ଛ ଶାସନ ସମ୍ପର୍କରେ ଜନସାଧାରଣଙ୍କୁ ଅଭିହିତ କରିଥିଲେ। ବିଶେଷ କରି ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବିଜେଡି ନେତା ଓ ମନ୍ତ୍ରୀମାନେ ଏହି ନିର୍ବାଚନୀ ସଭାରେ ଲୋକଙ୍କୁ ଅବଗତ କରିଥିଲେ। ସଦର ନିର୍ବାଚନମଣ୍ଡଳୀର ସାଧାରଣ ଲୋକଙ୍କ ସର୍ବାଙ୍ଗିନ ଉନ୍ନତି ଓ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ବିଜେଡିର ଯୋଗ୍ୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଅଧିକ ସଂଖ୍ୟାେ ଭୋଟ ଦେଇ ଜୟଯୁକ୍ତ କରିବାକୁ ସେମାନେ ସମସ୍ତଙ୍କୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡଇ ନେତା ବଳରାମ ଦାସ, ଯଯାତି ଦାସ, ଚାନ୍ଦିପୁର ପଞ୍ଚାୟତ ବିଜେଡି ପର୍ଯ୍ୟବେକ୍ଷକ ଜଗନ୍ନାଥ ନାୟକ, ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା, ୨୬ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ କମଲ ସାହୁ, ଚାନ୍ଦିପୁର ସରପଞ୍ଚ ତପନ ଜେନା, ସମିତି ସଭ୍ୟ ସଂଜୟ ଦଳେଇ ପ୍ରମୁଖ ଏହି ନିର୍ବାଚନୀ ସଭାରେ ଯୋଗଦେଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଥିଲେ। ତେବେ ମିର୍ଜାପୁର ଅଞ୍ଚଳରେ ଅଧିକ ସଂଖ୍ୟକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ବସବାସ କରୁଥିବାରୁ ଶକ୍ତିମନ୍ତ୍ରୀ ଶ୍ରୀ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ହିନ୍ଦିଭାଷରେ ଭାଷଣ ସାଧାରଣ ଲୋକଙ୍କୁ ବେଶ୍ ଉତ୍ସାହତ କରିଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.