Home ଉପ ନିର୍ବାଚନ ବାଲେଶ୍ୱରର କୃଷି-କୃଷକଙ୍କ ପ୍ରତି ଚରମ ଅବହେଳା – ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱରର କୃଷି-କୃଷକଙ୍କ ପ୍ରତି ଚରମ ଅବହେଳା – ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

34

ବାଲେଶ୍ୱର, ୨୭ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : କୃଷି ଓ କୃଷକର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ବାଲେଶ୍ୱର ଜିଲ୍ଲାକୁ ଚରମ ଅବହେଳା କରିଥିବା ନେଇ ଆରୋପ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସଦର ଉପନିର୍ବାଚନ ପରିପ୍ରେକ୍ଷୀରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ସୂଚନା ଦେବା ସହ କୃଷିକ୍ଷେତ୍ରରେ ହୋଇଥିବା ଅବହେଳା ଯୋଗୁଁ ଚାଷୀ ପରିବାର ସର୍ବଦା ଆର୍ଥିକ ଅନଗ୍ରସର ଭାବେ ଗତି କରୁଛନ୍ତି ବୋଲି କହିଥିଲେ। ଉର୍ବରତା ଦୃଷ୍ଟିରୁ ବାଲେଶ୍ୱର ଜିଲ୍ଲାର ଜମି ଚାଷ ପାଇଁ ଅତ୍ୟନ୍ତ ଉର୍ବର ହୋଇଥିଲେ ବି ଅନୁସଙ୍ଗିକ ସୁବିଧା ସୁଯୋଗର ଅଭାବ ଯୋଗୁଁ ଏଠାରେ ଅମଳ ହାର କ୍ରମଶଃ ହ୍ରାସ ପାଇ ଚାଲିଛି। ମାତ୍ର ଏଥି ପ୍ରତି ସରକାରଙ୍କ ତିଳେ ହେଲେ ଚିନ୍ତା ନାହିଁ। ଜଳସେଚନଠାରୁ ଆରମ୍ଭ କରି କୃଷି ଯନ୍ତ୍ରପାତ, ଉନ୍ନତ ମାନର ବିହନ, ସାର ଆଦି ପ୍ରଦାନରେ ସରକାର ଚାଷୀଙ୍କୁ ସବୁବେଳେ ଅବହେଳା କରି ଚାଲିଛନ୍ତି। ଏମିତିକି ବନ୍ୟା ଯୋଗୁଁ ବ୍ୟାପକ କ୍ଷତି ହେଉଥିଲେ ବି ସରକାର କ୍ଷତିପୂରଣ ଦେବା ତ ଦୂରର କଥା ବରଂ କ୍ଷୟକ୍ଷତି ଆକଳନରେ ହେଉଥିବା ପାତରଅନ୍ତର ପ୍ରତି ଅଙ୍କୁଶ ଲଗାଇପାରୁ ନାହାନ୍ତି। ଅନ୍ୟପକ୍ଷରେ ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନ ନେବା ଯୋଗୁଁ ପ୍ରତିବର୍ଷ ବାଲେଶ୍ୱରର ଚାଷୀମାନେ କ୍ଷତି ସହି ଚାଲିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଅଭିଯୋଗ ଉଠାଇଛନ୍ତି। ତେବେ ଚଳିତ ଉପ-ନିର୍ବାଚନରେ ଅଧିକ ସଂଖ୍ୟାରେ ଭୋଟ ପାଇଁ ବିଜେପି ପ୍ରାର୍ଥୀ ମାନସ ଦତ୍ତ ବିଜୟୀ ହେବା ପରେ ଚାଷୀ ଓ ଚାଷର ବିକାଶ ପାଇଁ ନିଶ୍ଚିତ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି। ଜିଲ୍ଲା ପରିଷଦ ସଦସ୍ୟା ବସୁନ୍ଧରା ସିଂହ, ବିଜେପି ମଣ୍ଡଳ ସଭାପତି କାର୍ତ୍ତିକ ଚନ୍ଦ୍ର ରାଉତ, ଶକ୍ତିକେନ୍ଦ୍ର ପ୍ରମୁଖ ମନ୍ମଥ ରାଉତ, ବୁଥ୍ ପ୍ରମୁଖ ରାଧାକୃଷ୍ଣ ଦାସ, ବିଜେପି ଜିଲ୍ଲା ଉପ-ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ଆନନ୍ଦପୁରର ପୂର୍ବତନ ପୌରାଧ୍ୟକ୍ଷ ରାମଚନ୍ଦ୍ର ସାହୁ, ବାହାନଗା ବ୍ଲକ ନୂଆପୁର ପଞ୍ଚାୟତର ସରପଞ୍ଚ ମନୋରମା ମଲ୍ଲିକ, ଓଲନ୍ଦାସାରଗାଁ ସରପଞ୍ଚରାଜେନ୍ଦ୍ର ପ୍ରଧାନ, ତପସ୍ୱିନୀ ମହାପାତ୍ର ପ୍ରମୁଖ ଏହି ନିର୍ବାଚନୀ ସଭାରେ ଯୋଗଦେଇ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଭୋଟଭିକ୍ଷା କରିଥିଲେ। ସଦର ନିର୍ବାଚନମଣ୍ଡଳୀରେ ବଢ଼ି ଚାଲିଥିବା ଦୁର୍ନୀତି ମୂଳଉତ୍ପଟନ ପାଇଁ ମାନସ ଦତ୍ତ ହିଁ ଏକମାତ୍ର ଯୋଗ୍ୟ ପ୍ରାର୍ଥୀ ବୋଲି ସେମାନେ କହିଥିଲେ। ତାଙ୍କୁ ଅଧିକ ଭୋଟରେ ଜିତାଇବାକୁ ସେମାନେ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.