Home ଓଡ଼ିଶା ଚାନ୍ଦପୁର ପୋଲିସ ଦ୍ୱାରା  ଲୁଟ୍ ଟଙ୍କା ଜବତ ସହ ଲୁଟେରା ଗିରଫ

ଚାନ୍ଦପୁର ପୋଲିସ ଦ୍ୱାରା  ଲୁଟ୍ ଟଙ୍କା ଜବତ ସହ ଲୁଟେରା ଗିରଫ

93

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୧୨- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ ଦ୍ୱାରା  ଲୁଟ୍ ହୋଇଥିବା ଟଙ୍କା ସହ ଲୁଟେରା ଗିରଫ ହୋଇଥିବା ଜଣାପଡିଛି ।  ଏଥିସହ ଜବତ ଲୁଟ୍ ଟଙ୍କା  ଅଭିଯୋଗକାରି ଙ୍କୁ ଫେରସ୍ତ ଦିଆଯାଇଛି ।  ଘଟଣାରୁ ପ୍ରକାଶ  ଗତ ୩୦ ନଭେମ୍ବର  ରାତି ୧୦ ଟା ୩୦ ମିନିଟ୍ ସମୟରେ ଉପେନ୍ଦ୍ରପୁର ଗ୍ରାମର ଜଣେ ଶାରିରୀକ ଅକ୍ଷମ ସୁରେଶନ ନାୟକ ସାଇକେଲ ଯୋଗେ ଘରକୁ ଫେରୁଥିଲେ ।

କନ୍ଧନୟାଗଡ ଗ୍ରାମର ଢେଗା ଓରଫ୍ କବିରାଜ ପଲେଇ ନାମକ ଜଣେ ଯୁବକ ସୁରେଶନ ଠାରୁ ଟଙ୍କା ବ୍ୟାଗ ଟି ଛଡାଇ ନେଇଥିଲେ ।  ପୋଲିସରେ ଅଭିଯୋଗ ହେବାର ୧୦ ଘଣ୍ଟା ମଧ୍ୟରେ  ଅଭିଯୁକ୍ତ  ଢେଗା କୁ ପୋଲିସ ଗିରଫ କରିବା ସହ ଲୁଟ୍ ହୋଇଥିବା ୪ ହଜାର ୫ ଶତ ଟଙ୍କା କୁ ଜବତ କରିଥିଲେ । ଜବତ ଟଙ୍କା କୁ ଅଭିଯୋଗକାରୀ ସୁରେଶନ କୁ ପ୍ରଦାନ କରିଥିବା ଜଣାପଡିଛି ।  ଅଭିଯୁକ୍ତ ଢେଗାକୁ କୋର୍ଟ ଚାଲାଣ କରିବା ପରେ ତାର ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତ କୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.