Home ଓଡ଼ିଶା ଘର ସାମ୍ନାରେ ଛିଡା ହୋଇଥିବା ବେଳେ ବୃଦ୍ଧା ଙ୍କ ଉପରେ କାର ଚଢାଇ ଦେଲା ମଦ୍ୟପ...

ଘର ସାମ୍ନାରେ ଛିଡା ହୋଇଥିବା ବେଳେ ବୃଦ୍ଧା ଙ୍କ ଉପରେ କାର ଚଢାଇ ଦେଲା ମଦ୍ୟପ ଡ୍ରାଇଭର

243

ପାଟଣା-୨୫-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଶୁଳି ଗ୍ରାମର ମହାନ୍ତ ସାହିରେ ଘଟିଛି ଏକ ଅଘଟଣ ଗ୍ରାମର ସାହେବ ମହାନ୍ତ ଙ୍କ ପତ୍ନୀ ଶକୁନ୍ତଳା ମହାନ୍ତ (୫୫) ଘର ସାମ୍ନା ରେ ଛିଡା ହୋଇଥିବା ବେଳେ ବାଉଁଶୁଳି ସିଲିଟିଆ ରାସ୍ତାରେ ଯାଉଥିବା ଏକ OD-05Q ୩୧୯୬ ନମ୍ବର ବିଶିଷ୍ଟ ଏକ ଇଣ୍ଡିଗୋ କାର ତାଙ୍କ ଉପରେ ଚଢିଯାଇ ଥିଲା ଫଳରେ ଘଟଣା ସ୍ଥଳରେ ସେ ଗୁରୁତର ହୋଇ ପଡ଼ିଥିଲେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦୁଝର ଓ ପରେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ବୃଦ୍ଧା ଙ୍କ ଗୋଡ଼ ଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଛି। ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର ଶିଆଲ ପହଁଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିଥିବା ବେଳେ ଦୁର୍ଘଟଣା ଘଟାଇ ଗାଡି ଚାଳକ ଫେରାର ହୋଇ ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.