Home ଓଡ଼ିଶା ଘଟଗାଁ ମା’ ତାରିଣୀଙ୍କ ପୀଠରେ ଶାରଦୀୟ ଦଶହରା ପାଳିତ

ଘଟଗାଁ ମା’ ତାରିଣୀଙ୍କ ପୀଠରେ ଶାରଦୀୟ ଦଶହରା ପାଳିତ

81

ଘଟଗାଁ,ତା ୨୬ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା’ ତରିଣୀଙ୍କ ପୀଠରେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଶାରଦୀୟ ଦଶହରା ଓ ନବରାତ୍ରୀ ପୂଜା ଅନୁଷ୍ଠିତ ହୋଇଯାଇଛି । ନବଦିନ ବ୍ୟାପି ମାଙ୍କ ପୀଠରେ ଜଥା ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତେହ ମାଙ୍କ ସ୍ନାନ, ମାର୍ଜଣା, ନୀତିପୂଜା ସହ ମଙ୍ଗଳ ଆଳତୀ କାର୍ଯ୍ୟ ସମାପନ କରାଯାଇଥିଲା । ସପ୍ତମୀ ଦିନ ଠାରୁ ଦଶହରା ପୂଜା ପର୍ଯ୍ୟନ୍ତ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯିବା ସହ ଚଣ୍ଡିପାଠ ହୋମଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା । କୋଭିଡ କଟକଣା ପାଇଁ ସ୍ୱଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ମା’ଙ୍କ ପୂଜାବିଧି କରାଯାଇଥିଲା । ଏଥିସହ ମନ୍ଦିରକୁ ନଯାଇ ଭକ୍ତ ମାନେ ଘରେ ବସି ମା’ଙ୍କ କିପରି ଦର୍ଶନ କରିପାରିବେ ସେନେଇ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ମା’ଙ୍କ ସକାଳ ଓ ସନ୍ଧ୍ୟା ଆଳତୀ ଦର୍ଶନ ପାଇଁ ସୋସିଆଲ ମିଡିଆ ଜରିଆରେ ପ୍ରଶାରଣ ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ମନ୍ଦିର ପରିସରରେ ଥିବା ଯଜ୍ଞ ମଣ୍ଡପରେ ମା’ ଦୁର୍ଗାଙ୍କୁ ମୃଣ୍ମୟୀ ମୃର୍ତି ସ୍ଥାପନ କରାଯାଇ ମା’ ଦୁର୍ଗାଙ୍କୁ ଆବାହନ କରାଯାଇଥିଲା । ଏହି ଅବସରରେ ପ୍ରତ୍ୟେକ ବର୍ଷ ତାରିଣୀ ମନ୍ଦିର ମଣ୍ଡପରେ ପୂଜା ପାଉଥିବା ଦେବୀ ଦୁର୍ଗାଙ୍କ ଦର୍ଶନ ପାଇଁ ଦୂରଦୂାରାନ୍ତରୁ ବହୁଭକ୍ତଙ୍କ ସମାଗମ ହୋଇଥାଏ ମାତ୍ର ଚଳିତ ବର୍ଷ କୋଭିଡ କଟକଣା ପାଇଁ ଭକ୍ତ ପ୍ରବେଶକୁ ନିଷେଧ କରାଯାଇଥିବା ଭକ୍ତମାନେ ଦର୍ଶନ ନପାଇ ନିରାଶ ହେବା ସହ ତାରିଣୀଙ୍କ ମନ୍ଦିର ପରିସର ମଧ୍ୟରେ ଏକ ପ୍ରକାର ସୁନ୍ୟତାର ବାତାବରଣ ଅନୁଭବ କରି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.