Home Top News ଗ୍ୟାରେଜରେ ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ ଓ ଗୋଟିଏ ସ୍କୋର୍ପିଓ

ଗ୍ୟାରେଜରେ ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ ଓ ଗୋଟିଏ ସ୍କୋର୍ପିଓ

32

ଭଦ୍ରକ,୧୦/୨(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଗତକାଲି ବିଳମ୍ବିତ ରାତିରେ ହୁତୁ ହୁତୁ ହୋଇ ଜଳିଯାଇଛି ୪ଟି ବସ ଓ ଗୋଟିଏ ସ୍କୋର୍ପିଓ ଗାଡି।ଅଗ୍ନିଶମ ବାହିନୀର ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ କୁ ଆୟତ୍ତ କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକ ନିକଟ ହରିଶଙ୍କର ଗ୍ୟାରେଜରେ ଏଭଳି ଅଭାବନୀୟ ଅଘଟଣ ଘଟିଥିଲା। ଫଳରେ ୪ ଟି ବସ ଓ ଗୋଟିଏ ସ୍କୋର୍ପିଓ ସମେତ ଗୋଟିଏ କ୍ୟାବିନ ହୁତୁ ହୁତୁ ହୋଇ ଜଳିଯାଇଥିଲା। ନିଆଁ ଜଳୁଥିବାର ସ୍ଥାନୀୟ ଲୋକ ଦେଖିବା ପରେ, ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ।ଅଗ୍ନିଶମ ବାହିନୀର ତିନୋଟି ଗାଡି ଏହି ନିଆଁ ଲିଭା କାର୍ଯ୍ୟ ରେ ନିୟୋଜିତ ହୋଇ, ଦୀର୍ଘ ୩ଘଣ୍ଟା ର ପରିଶ୍ରମ ପରେ ଆୟତ କରିଥିଲେ। ନିଆଁ ଆୟତ୍ତ ହୋଇଥିଲା ସତ, କିନ୍ତୁ ସେତେବେଳକୁ ୪ଟି ବସ ଓ ଗୋଟିଏ ସ୍କୋର୍ପିଓ ଜଳି ପୋଡି ପାଉଁଶ ହୋଇଯାଇଥିଲା। ବସ ଭିତରେ ଶୋଇଥିବା ବସର କର୍ମଚାରୀ ନିଆଁ ଲାଗିବା ଦେଖି ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇଆସିଥିଲେ।ତେବେ ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁବୋଲି ତଦନ୍ତ କରୁଥିବା ସହରାଞ୍ଚଳ ପୁଲିସ ଗଣମାଧ୍ୟମକୁ କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.