Home ଓଡ଼ିଶା ଗ୍ରାମ ସେବିକା ସ୍ମିତାରାଣୀ ଆତ୍ମହତ୍ୟା ପଛରେ ଖଳନାୟକ ନୁହେଁ ବରଂ ଖଳନାୟିକା

ଗ୍ରାମ ସେବିକା ସ୍ମିତାରାଣୀ ଆତ୍ମହତ୍ୟା ପଛରେ ଖଳନାୟକ ନୁହେଁ ବରଂ ଖଳନାୟିକା

898

ଯାଜପୁର, ୦୩/୧୧ (ଓଡ଼ିଆ ପୁଅ/ମାନସ ରାଉତ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ଗତମାସ ୧୬ତାରିଖରେ ସ୍ମିତାରାଣୀ ମୃତ୍ୟୁ ରହସ୍ୟକୁ ନେଇ ରାଜ୍ୟରେ ଯେଉଁ ଚର୍ଚ୍ଚା ଧରିଥିଲା ଦିନକୁ ଦିନ ତାହା ଅଧିକ ଗମ୍ଭୀର ହେବାରେ ଲାଗିଛି। ଏହାକୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ରାଜ୍ୟ ବ୍ୟାପି ବିରୋଧାଭ୍ୟାସ ଜାରି ରଖିଥିବା ବେଳେ ଏହାକୁ ନେଇ ବିଧାନସଭା ଅଚଳ କରବାକୁ ମଧ୍ୟ ଚେତବନୀ ଦିଆଗଲାଣି। ରାଜ୍ୟ ମହିଳା କମିଶନ ମଧ୍ୟ ଏହାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦେବା ପାଇଁ ସୁପାରିଶ କରିଥିବା ବେଳେ ଏବ ଏହି ଘଟଣାରେ ନୁଆଁ ମୋଡ଼ ଦେଖିବାକୁ ମଳିଛି। ଗୋଟିଏ ପଟେ ସ୍ମିତାରାଣୀ ଏବଂ ରୂପେଶ କିଣିଥିବା ସୁନାଗହଣା ଦୋକାନରୁ ସୁନାକିଣିଥିବା ତଥ୍ୟ ପୋଲିସ ସଂଗ୍ରହ କରୁଥିବା ବେଳେ ତାଙ୍କ ସମ୍ପର୍କର ଅନ୍ୟଦିଗ ଖୋଜିବାରେ ବ୍ୟସ୍ତ ରହିଛି ପୋଲିସ। ହେଲେ ଏବେ ହରିଦାସପୁର ପଂଚାୟତ ସାରା ଅନ୍ୟଏକ ଚର୍ଚ୍ଚା ଏହାକୁ ବେଶ ଖୋରାକ ଯୋଗାଇବା ସହିତ ରୂପେଶ ଏଥିରେ ବିଲୁକୁଲ ନିର୍ଦ୍ଦୋଶ ଏବଂ ତାଙ୍କୁ ଫସାଇଦିଆଯାଇଥିବା ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି। ଏପରକି ଏହି ଘଟଣା ପଛରେ ନାୟକ ନୁହେଁ ବରଂ ଖଳନାୟିକା ସାଜିଥିବା ଜଣେ ମହିଳାଙ୍କ ନାମ ସହିତ ଅନ୍ୟ କେତେକ ନାମ ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି। ଏପରକି ରୂପେଶଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟ ଚାଲିଥିବା ରଙ୍ଗଶାଳାରେ ଏହି ଘଟଣା ଘଟିନଥିବା ମଧ୍ୟ ଚର୍ଚ୍ଚାରେ ସାମିଲ ରହିଛି। ତେବେ ଘଟଣାର ପକୃତ ରହସ୍ୟ ଉଠାଇବାକୁ ତଦନ୍ତ ପକ୍ରିୟାରେ ପରିବର୍ତ୍ତନ ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇବା ସହିତ ରୂପେଶଙ୍କ ପାଇଁ ଗ୍ରାମବାସୀ ଏକାଠି ହେଉଥିବା ଦେଖିବାକୁ ମିଳିଛି।

ମୁଁ ସ୍ମିତାରାଣୀ କହୁଛି; ଚିଠିଟି ପଢ଼ିବେ ନିଶ୍ଚୟ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.