Home ଓଡ଼ିଶା ଗୋଷ୍ଠୀ ସଂଘର୍ଷରେ ୩ ଆହତ

ଗୋଷ୍ଠୀ ସଂଘର୍ଷରେ ୩ ଆହତ

73

କେନ୍ଦୁଝର, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଜମିବାଡ଼ି କଳହକୁ ନେଇ ପୁଣି ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଛି। ଫଳରେ ଏଥିରେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ରାମଚନ୍ଦ୍ରପୁର ଥାନା ନୂଆମାଳିଆ ଗାଁରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଜଗବନ୍ଧୁ ଜେନା ଓ ଅରୁଣ ଜେନାଙ୍କ ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦ ପୂର୍ବରୁ ରହିଥିଲା। ଜଗବନ୍ଧୁ ପ୍ରଥମେ ସରପଞ୍ଚ ଓ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ବିବାଦର ସମାଧାନ କରିବା ପାଇଁ ଚାହିଁଥିଲା। ଏନେଇ ଗାଁରେ ଏକ ସଭା ମଧ୍ୟ ଆୟୋଜନ କରିଥିଲା। ହେଲେ ଅରୁଣ ସେଠାକୁ ଯାଇନଥିଲା। ଫଳରେ ଜଗବନ୍ଧୁ ପରିବାର ସଦସ୍ୟ ଅତ୍ୟନ୍ତ ଉତ୍‌କ୍ଷିପ୍ତ ଥିଲେ। ଏହାପରେ ଉଭୟ ପରିବାର ମଧ୍ୟରେ ସଂଘର୍ଷ ହୋଇ ୩ ଜଣ ଗୁରୁତର ୩ ଜଣ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.